ଭୁବନେଶ୍ୱର: ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଲା ବାତ୍ୟା ‘ବୁଲ୍ବୁଲ୍’। ଆଜି ସକାଳ ସାଢ଼େ ୫ଟାରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଘଣ୍ଟାପ୍ରତି ୧୦ କି.ମି. ବେଗରେ ଏହା ଗତି କରୁଛି। ଏବେ ଏହା ପାରାଦୀପ ଠାରୁ ୩୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି।
୧୦ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କି.ମି. ରହିବା ନେଇ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Severe Cyclonic Storm Bulbul intensified into Very Severe Cyclonic Storm at 0530 hrs IST of today ,centred about 530 km S-SW of Sagar https://t.co/kgM8m9TKK3 cross West Bengal & Bangladesh coast across Sundarbans Delta during early hrs of 10th Nov with wind speed of 100-110 kmph. pic.twitter.com/KdXwGMKkG4
— India Met. Dept. (@Indiametdept) November 8, 2019
ଅନ୍ୟପକ୍ଷରେ ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ‘ବୁଲ୍ବୁଲ୍’ ପ୍ରଭାବରେ ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷା ସହ ପବନ ମଧ୍ୟ ବହୁଛି। ସତର୍କତା ସ୍ୱରୂପ ପାରାଦୀପ ବନ୍ଦରରେ ୨ନମ୍ବର ବିପଦ ସଙ୍କେତ ଦିଆଯାଇଛି।ଆଗକୁ ବର୍ଷା ବଢ଼ିବାର ସମ୍ଭାବନା ଥିବାରୁ ପାରାଦୀପ ମାଛଧରା ବନ୍ଦ ସହ ଅଠରବାଙ୍କି, ନେହରୁ ବଙ୍ଗଳା, ନୂଆ ବଜାର ଓ ଷଣ୍ଢକୁଦ ବସ୍ତି ଲୋକଙ୍କୁ ସତର୍କ କରି ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଡାକବାଜି ଯନ୍ତ୍ର ଯୋଗେ ଆଲର୍ଟ କରାଯାଇଛି।
from OTV Khabar. https://ift.tt/2rh9VZh
No comments: