ଏସସିବି କାଜୁଆଲଟିରେ ତାଲା : ନର୍ସ ସାଲାଇନ ନଦେବାରୁ ରୋଗୀ ମୃତ୍ୟୁ ଅଭିଯୋଗ, ତାଲା ପକାଇଲେ ରୋଗୀଙ୍କ ସମ୍ପର୍କୀୟ Kanak News
କନକ ବ୍ୟୁରୋ : କଟକ ଏସସିବି କାଜୁଆଲଟିରେ ତାଲା । ରୋଗୀ ମୃତ୍ୟୁକୁ ନେଇ ତାତିଛନ୍ତି ସମ୍ପର୍କୀୟ । ଆଉ ପ୍ରତିବାଦରେ କାଜୁଆଲଟିରେ ତାଲା ପକାଇଦେଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ମୃଦୁ ଲାଠିଚାର୍ଜ କରିବାକୁ ପଡିଛି ।
ସୂଚନା ଅନୁସାରେ, କଟକ ସିଡିଏ ଅଂଚଳର ପ୍ରତ୍ୟୁଷ ଦାସଙ୍କୁ ନର୍ସ ସାଲାଇନ ନଦେବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ରୋଗୀଙ୍କ ସମ୍ପର୍କୀୟ କାଜୁଆଲଟିରେ ତାଲା ପକାଇଦେଇଥିଲେ । ପରିବାର ଲୋକଙ୍କ ସହ ଆଲୋଚନା କରିବା ପାଇଁ ଏସସିବି କର୍ତୃପକ୍ଷ ପ୍ରତିଶ୍ରୃତି ଦେବା ପରେ କାଜୁଆଲଟି ସ୍ୱାଭାବିକ ହୋଇଛି ।
from Kanak News https://ift.tt/32ylY1o https://ift.tt/2qF1wOW
ଏସସିବି କାଜୁଆଲଟିରେ ତାଲା : ନର୍ସ ସାଲାଇନ ନଦେବାରୁ ରୋଗୀ ମୃତ୍ୟୁ ଅଭିଯୋଗ, ତାଲା ପକାଇଲେ ରୋଗୀଙ୍କ ସମ୍ପର୍କୀୟ Kanak News
Reviewed by SUBHENDU BARAL
on
November 09, 2019
Rating:
No comments: