କେନ୍ଦ୍ରାପଡା ୪।୧୧: କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ଯୌନ ନିର୍ଯ୍ୟାତନା ମାମଲା ର ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ ପୋଲିସ ଉଠାଇନେଇଥିବାର ସୂଚନା ମିଳିଛି । ରବିବାର ବିଳମ୍ବିତ ରାତିରେ ପ୍ରମୋଦଙ୍କୁ ଟାଉନ୍ ଥାନା ଅନ୍ତର୍ଗତ ବଣିଆମାଳ ସ୍ଥିତ ତାଙ୍କ ଘରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି । ରାତି ତମାମ ସହର ବାହାରେ କୌଣସି ଏକ ଅଜ୍ଞାତ ସ୍ଥାନରେ ପୋଲିସ ପ୍ରମୋଦଙ୍କୁ ପଚରା ଉଚରା କରୁଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟିର ଜଣେ ମହିଳା କର୍ମଚାରୀ ପ୍ରମୋଦଙ୍କ ବିରୁଦ୍ଧରେ କାର୍ଯ୍ୟକ୍ଷେତ୍ରରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ।
from Prameya News7 https://ift.tt/2rcitAV
ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ମାମଲା
Reviewed by SUBHENDU BARAL
on
November 03, 2019
Rating:
No comments: