ଭୁବନେଶ୍ବର ୯।୧୧: ଆଜି ସ୍ଥଳଭାଗରେ ମାଡ଼ ହେବ ସାମୁଦ୍ରିକ ବାତ୍ୟା ବୁଲବୁଲ । ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳର ମଝିଦେଇ ସ୍ଥଳ ଭାଗକୁ ପ୍ରବେଶ କରିବ । ସୁନ୍ଦରବନର ଡେଲ୍ଟା ଅଞ୍ଚଳରେ ଏହା ସ୍ଥଳ ଭାଗରେ ପ୍ରବେଶ କରିବ ବୋଲି କୁହାଯାଉଛି । ଏହି ସମୟରେ ପବନର ବେଗ ୧୧୦-୧୨୦ ରହିବ ଏବଂ ଗଷ୍ଟିଂ ୱିଣ୍ଡ ସ୍ପିଡ୍ ପ୍ରାୟ ୧୩୫ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ଓଡିଶା, ପଶ୍ଚିମବଙ୍ଗ, ମିଜୋରାମ, ତ୍ରିପୁରା ଆସାମ ଓ ମେଘାଳୟରେ ଦୁଇଦିନ ଧରି ବର୍ଷା ଲାଗି ରହିବ ।
ବାତ୍ୟା ବୁଲବୁଲ ପାରାଦୀପ ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ଏହା ପାରାଦୀପ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଉଛି । ବାତ୍ୟା ବୁଲବୁଲ୍ ପ୍ରଭାବରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ମୟୁରଭଞ୍ଜ, କଟକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ୪ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବର୍ଷାର ପରିମାଣ ଅଧିକ ରହିବ। ଘଣ୍ଟା ପ୍ରତି ୭୦ ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ତେବେ ଫନି ଠାରୁ ବାତ୍ୟା ବୁଲବୁଲର ପ୍ରଭାବ କମ୍ ରହିବ ବୋଲି କହିଛି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁନ୍ଦରବନ ଡେଲଟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ୍ । ସମସ୍ତ ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ ବିଭାଗ । ଆଜି ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ୯ଟି ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା ହୋଇଛି ।
from Prameya News7 https://ift.tt/32q1R5q
No comments: