ଆଜି ପିଡିପି ମୁଖ୍ୟ ମେହେବୁବା ମୁଫିତଙ୍କୁ ଭେଟିବେ ଦଳୀୟ ପ୍ରତିନିଧି ମଣ୍ଡଳ। ଆଗାମୀ ପଂଚାୟତ ନିର୍ବାଚନ ଉପରେ ହୋଇପାରେ ଚର୍ଚ୍ଚା Kanak News
କନକ ବ୍ୟୁରୋ: ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ଆଜି ଭେଟିବେ ପିଡିପିର ପ୍ରତିନିଧି ଦଳ । ସାକ୍ଷାତ ଆଲୋଚନା ପାଇଁ ରାଜ୍ୟପାଳ ଅନୁମତି ଦେବା ପରେ ପିପୁଲସ ଡେମୋକ୍ରାଟିକ ପାର୍ଟିର ୧୦ ଜଣ ନେତା ପାର୍ଟିର ଅଧ୍ୟକ୍ଷାଙ୍କୁ ଭେଟିବେ । ସାକ୍ଷାତ ସମୟରେ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ପାର୍ଟିର ନେତାଙ୍କ ସହ ଆଲୋଚନା କରିପାରନ୍ତି ମେହେବୁବା ମୁଫତି । ଜମ୍ମୁକାଶ୍ମୀରରେ ପଂଚାୟତ ନିର୍ବାଚନ ଘୋଷଣା ପରେ ଜମ୍ମୁରୁ ସବୁ ନେତାଙ୍କୁ ମୁକ୍ତ କରାଯାଇଛି । ସେହିପରି କଶ୍ମୀରରୁ ପର୍ଯ୍ୟାୟକ୍ରମେ ନେତାମାନଙ୍କୁ ମୁକ୍ତ କରାଯିବ ବୋଲି ରାଜ୍ୟପାଳ ସତ୍ୟପାଳ ମଲିକ କହିଛନ୍ତି । ଗତକାଲି ନେସନାଲ କନଫରେନ୍ସ ଦଳର ପ୍ରତିନିଧି ମଣ୍ଡଳି ଫାରୁକ ଏବଂ ଓମାର ଅବଦୁଲ୍ଲାଙ୍କୁ ଭେଟିଥିଲେ ଦଳର ୧୫ଜଣିଆ ପ୍ରତିନିଧି ଦଳ ।
Jammu and Kashmir: A 10-member delegation of PDP which was to meet party chief Mehbooba Mufti tomorrow in Srinagar, has deferred its meeting. pic.twitter.com/hs59vYnmgI
— ANI (@ANI) October 6, 2019
ଗୃହବନ୍ଦୀ ଥିବା ନେସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଭେଟିଲେ ଦଳର ୧୫ ଜଣିଆ ପ୍ରତିନିଧି ଦଳ । ଶ୍ରୀନଗର ସ୍ଥିତ ବାସଭବନରେ ଫାରୁକ ଅବଦୁଲ୍ଲାଙ୍କୁ ଭେଟି ଆଲୋଚନା କରିଛନ୍ତି ଦଳୀୟ ନେତା । ଏହି ଅବସରରେ ଆଗାମୀ ପଂଚାୟତ ନିର୍ବାଚନ ଉପରେ ଚର୍ଚା ହୋଇଛି । ଏବେ ନେସନାଲ କନଫରେନ୍ସର ବହୁ ନେତା ଜେଲରେ ଥିବାରୁ ପଂଚାୟତ ନିର୍ବାଚନ ନଲଢିବାକୁ ଦଳ ନିଷ୍ପତି ନେଇଛି । ସେହିପରି ଧାରା ୩୭୦ ଓ ୩୫-ଏକୁ ଫେରିପାଇବା ପାଇଁ ଉଦ୍ୟମ କରାଯିବ ବୋଲି ଫାରୁକ ଅବଦୁଲ୍ଲାଙ୍କୁ ଭେଟିବା ପରେ କହିଛନ୍ତି ଦଳୀୟ ନେତା । ଅନ୍ୟପଟେ ରାଜ୍ୟ ଅତିଥୀ ଭବନରେ ଅଟକ ଥିବା ଓମାର ଅବଦୁଲ୍ଲାଙ୍କ ମଧ୍ୟ ଭେଟିଥିଲେ ପ୍ରତିନିଧି ଦଳ । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ପଂଚାୟତ ନିର୍ବାଚନ ହେବାକୁ ଯାଉଥିବାରୁ ନେସନାଲ କନଫରେନ୍ସ ମଧ୍ୟ ସକ୍ରିୟ ହୋଇଛି ।
from Kanak News https://ift.tt/2nmuphF https://ift.tt/2ojBnod
No comments: