ଦାନା ପାଇଁ ବିକୁଛନ୍ତି ଦାନ୍ତକାଠି…ପର ପିଣ୍ଡାରେ କାଟୁଛନ୍ତି ରାତି..ବଞ୍ଚିବା ପାଇଁ ଦାରିଦ୍ର୍ୟର ସହ ଦୁଇ ଭାଇଙ୍କ ସଂଘର୍ଷ Kanak News

କନକ ବ୍ୟୁରୋ: ଅସହାୟ ଶୈଶବ । ଯେଉଁ ସମୟ ଖେଳକୁଦରେ କଟିବା କଥା ସେତିକି ବେଳେ ଘାରିଛି ପେଟ ଚିନ୍ତା । ଯେଉଁ ବୟସରେ ହାତରେ ବସ୍ତାନି ଧରିବା କଥା ସେହି ବୟସରେ ରାସ୍ତାକଡରେ ବସି ଦାନ୍ତକାଠି ବିକିବାରେ ସମୟ ବିତୁଛି । ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ସରକାରଙ୍କର ଏହି ନାରା ଏମାନଙ୍କ ପାଇଁ ମୂଲ୍ୟହୀନ ହୋଇପଡିଛି । କୋରେଇ ବ୍ଲକ ରଗଡି ଛକରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇ ନାବାଳକ ଜଣଙ୍କର ବୟସ ୧୦ ଓ ଅନ୍ୟର ୮ ବର୍ଷ ।

ଆଦିବାସୀ ସଂପ୍ରଦାୟର ଏହି ୨ ନାବାଳକ ସଂପର୍କରେ ଦୁଇଭାଇ । ହେଲେ ବାପା ମାଙ୍କ ନାଁ କିମ୍ବା ସେମାନଙ୍କ ନାଁ କହିପାରୁନାହାନ୍ତି । ଖୋଲା ଦେହ ଖାଲି ପାଦରେ ବସି ପେଟକୁ ଦାନା ଯୋଗାଡ ପାଇଁ ଦାନ୍ତକାଠି ବିଡା ବିକ୍ରି କରୁଥିବା ବେଳେ ରାତିରେ ସ୍ଥାନୀୟ ମନ୍ଦିର ବେଢା କିମ୍ବା କାହା ପିଣ୍ଡାରେ ୨ ଭାଇ ଶୋଇ ପଡୁଛନ୍ତି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଶିଶୁ ସୁରକ୍ଷା ପାଇଁ ପରୀ ଯୋଜନା କରିଥିବା ସରକାର ଏହି ଦୁଇ ଭାଇଙ୍କ ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳରେ ବୃଦ୍ଧିଜୀବୀମାନେ ଦାବି କରିଛନ୍ତି ।



from Kanak News https://ift.tt/2oV2c1Y https://ift.tt/2ViiBcS
ଦାନା ପାଇଁ ବିକୁଛନ୍ତି ଦାନ୍ତକାଠି…ପର ପିଣ୍ଡାରେ କାଟୁଛନ୍ତି ରାତି..ବଞ୍ଚିବା ପାଇଁ ଦାରିଦ୍ର୍ୟର ସହ ଦୁଇ ଭାଇଙ୍କ ସଂଘର୍ଷ Kanak News ଦାନା ପାଇଁ ବିକୁଛନ୍ତି ଦାନ୍ତକାଠି…ପର ପିଣ୍ଡାରେ କାଟୁଛନ୍ତି ରାତି..ବଞ୍ଚିବା ପାଇଁ ଦାରିଦ୍ର୍ୟର ସହ ଦୁଇ ଭାଇଙ୍କ ସଂଘର୍ଷ Kanak News Reviewed by SUBHENDU BARAL on October 06, 2019 Rating: 5

No comments:

Powered by Blogger.