ଅପରେସନ୍ ‘ସୁଜିତ୍’ । ୧୦୦ ଫୁଟ୍ ଗଭୀର ଗାତରେ ସୁଜିତ୍, ୫୭ ଘଣ୍ଟା ବିତିଲାଣି ଚାଲିଛି ଉଦ୍ଧାର କାର୍ଯ୍ୟ । ତାମିଲନାଡୁର ୨ ବର୍ଷୀୟ ବାଳକ ପାଇଁ ପ୍ରାର୍ଥନା କରୁଛନ୍ତି ଦେଶବାସୀ … Kanak News
କନକ ବ୍ୟୁରୋ: ସଜିତ୍ ପାଇଁ ପ୍ରାର୍ଥନା । ତାମିଲନାଡୁର ତିରୁଚିରାପଲ୍ଲୀ ଜିଲ୍ଲା ସ୍ଥିତ ନାଡୁକାଟ୍ଟୁପଟ୍ଟୀରେ ଗତ ଶୁକ୍ରବାର ଦିନ ୨୫ ଫୁଟ୍ ଗଭୀର ଗାତରେ ପଡ଼ିଯାଇଥିବା ୨ବର୍ଷର ବାଳକ ସୁଜିତ୍ ୱିଲସନର ଉଦ୍ଧାର କାର୍ଯ୍ୟ ଜାରି । ଦୀର୍ଘ ୫୭ ଘଣ୍ଟା ବିତିଯାଇଥିଲେ ମଧ୍ୟ ଗଭୀର ବୋରୱେଲ୍ ଗାତରୁ ବାହାରି ପାରିନି ବାଳକ । ମଦୁରାଇର ଅଗ୍ନିଶମ ବିଭାଗ ସହ ଉଦ୍ଧାରକାରୀ ଦଳ ଏବଂ ତାମିଲନାଡୁର ପୁରା ପ୍ରଶାସନ ଏହି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି ।
ସବୁଠାର ଚିନ୍ତାଜନକ ଘଟଣା ହେଲା କି, ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଦୁର୍ଭାଗ୍ୟବଶତଃ ପିଲାଟି ପାଖାପାଖି ୧୦୦ ଫୁଟ୍ ଗଭୀର ଗାତ ତଳକୁ ଖସି ଯାଇଥିଲା । ଯାହା ଉଦ୍ଧାରକାର୍ଯ୍ୟରେ ସମସ୍ୟା ବଢ଼ାଉଛି । ଅନ୍ୟପଟେ ଡାକ୍ତରୀ ଦଳ ଉପରୁ ରହି ବୋରୱେଲ୍ ଭିତରକୁ ଗଳିପଡିଥିବା ସୁଜିତକୁ ଅମ୍ଳଜାନ ଯୋଗାଇ ଦେଉଛନ୍ତି । ସୂଚନା ମୁତାବକ, ଗତ ଶୁକ୍ରବାର ସନ୍ଧ୍ୟା ସାଢେ ୫.୩୦ରୁ ବୋରୱେଲ୍ ଭିତରକୁ ଗଳି ପଡିଥିବା ଏହି ଶିଶୁଟିର ଉଦ୍ଧାର କାର୍ଯ୍ୟ ଦୀର୍ଘ ୫୭ ଘଣ୍ଟା ଧରି ଲାଗି ରହିଛି ।
ସେପଟେ ସୁଜିତ୍ ପାଇଁ ପ୍ରାର୍ଥନା କରଛନ୍ତି ଦେଶବାସୀ । କଅଁଳ କଢ଼ି ସୁଜିତ୍ ୱିଲସନ୍ ସୁରକ୍ଷିତ ଥାଉ ବୋଲି ପରିବାର ବର୍ଗଠୁ ଆରମ୍ଭ କରି ଦେଶର କୋଣଅନୁକୋଣରେ ପ୍ରାର୍ଥନା କରାଯାଉଛି । ସୁଜିତର ଉଦ୍ଧାର କାର୍ଯ୍ୟକୁ ବୁଝିବା ପାଇଁ ଘଟଣାସ୍ଥଳରେ ପହଁଛିଛନ୍ତି ତାମିଲନାଡୁର ଉପ-ମୁଖ୍ୟମନ୍ତ୍ରୀ ପନିରସେଲଭମ୍ । ଆଉ ସୁଜିତ୍ ପାଇଁ ପ୍ରାର୍ଥନା କରିଛନ୍ତି ରାହୁଲ ଗାନ୍ଧୀ ।
from Kanak News https://ift.tt/2ooXWYL https://ift.tt/2NiHrpp
No comments: