ନେଟ୍ ଫ୍ଲିକ୍ସ , ହଟଷ୍ଟାର ଏବଂ ଆମାଜନ ପ୍ରାଇମକୁ ଆରଏସଏସର ତାଗିଦ୍ ! ହିନ୍ଦୁ ବିରୋଧୀ କାର୍ଯ୍ୟକ୍ରମ ପ୍ରସାରଣରୁ ଦୂରେଇ ରହିବାକୁ ଦେଲେ ପରାମର୍ଶ Kanak News

ଆଜିକାଲି ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ହଟଷ୍ଟାର ପ୍ରଭୃତି ଅନଲାଇନ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକର ଲୋକପ୍ରିୟତା ବଢିଚାଲିଛି । ଏସବୁ ଅନଲାଇନ ପ୍ଲାଟଫର୍ମରେ ବିଭିନ୍ନ ପ୍ରକାରର ବିଷୟବସ୍ତୁ ଥିବା କାର୍ୟ୍ୟକ୍ରମ ପ୍ରସାରଣ ହେଉଛି । ବିଭିନ୍ନ ସମୟରେ ଏଗୁଡ଼ିକୁ ନେଇ ବିବାଦ ମଧ୍ୟ ଉଠୁଛି । ନିକଟରେ ନେଟଫ୍ଲିକ୍ସର ଏକ କାର୍ୟ୍ୟକ୍ରମରେ ହିନ୍ଦୁ ସଂସ୍କୃତି ବିରୋଧୀ ଦୃଶ୍ୟ ଥିବା ନେଇ ବିବାଦ ଉଠିଛି । ଏଥିରେ ହିନ୍ଦୁ ସଂସ୍କୃତିର ଅବମାନନା କଲାଭଳି କେତେକ ଦୃଶ୍ୟକୁ ନେଇ ହିନ୍ଦୁବାଦୀ ସଂଗଠନମାନେ ଆପତ୍ତି ଉଠାଇଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଆରଏସଏସ ପକ୍ଷରୁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି । ନିକଟରେ ଆରଏସଏସର ଏକ ପ୍ରତିନିଧିମଣ୍ଡଳ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ହଟଷ୍ଟାର ପ୍ରଭୃତି ଅନଲାଇନ ଷ୍ଟ୍ରିମିଂ କମ୍ପାନିର ଅଧିକାରୀମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ଭବିଷ୍ୟତରେ ଭାରତୀୟ ସଂସ୍କୃତି, ହିନ୍ଦୁ ପରମ୍ପରାକୁ ଆଘାତ ଦେବାଭଳି କାର୍ୟ୍ୟକ୍ରମ ପ୍ରସାରଣ ଠାରୁ ଦୂରେଇ ରହିବାକୁ ସଂଘ ପକ୍ଷରୁ ପରାମର୍ଶ ଦିଆଯାଇଛି ।



from Kanak News https://ift.tt/2AX3VGR https://ift.tt/2MnNx7D

ନେଟ୍ ଫ୍ଲିକ୍ସ , ହଟଷ୍ଟାର ଏବଂ ଆମାଜନ ପ୍ରାଇମକୁ ଆରଏସଏସର ତାଗିଦ୍ ! ହିନ୍ଦୁ ବିରୋଧୀ କାର୍ଯ୍ୟକ୍ରମ ପ୍ରସାରଣରୁ ଦୂରେଇ ରହିବାକୁ ଦେଲେ ପରାମର୍ଶ Kanak News ନେଟ୍ ଫ୍ଲିକ୍ସ , ହଟଷ୍ଟାର ଏବଂ ଆମାଜନ ପ୍ରାଇମକୁ ଆରଏସଏସର ତାଗିଦ୍ ! ହିନ୍ଦୁ ବିରୋଧୀ କାର୍ଯ୍ୟକ୍ରମ ପ୍ରସାରଣରୁ ଦୂରେଇ ରହିବାକୁ ଦେଲେ ପରାମର୍ଶ Kanak News Reviewed by SUBHENDU BARAL on October 08, 2019 Rating: 5

No comments:

Powered by Blogger.