ଗୁଗଲରେ ଆସିବ ଓଡିଆ: ୭ଟି ଭାଷା ପରେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ତିନି ଭାରତୀୟ ଭାଷାକୁ ସାମିଲ କରିବାକୁ ଘୋଷଣା Kanak News

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଗୁଗୁଲରେ ସାମିଲ ହେବ ଓଡିଆ ଭାଷା । ଏଣିକି ଆପଣ ଓଡିଆରେ ଲେଖି ଗୁଗୁଲରେ କୌଣସି ବି ତଥ୍ୟ ଖୋଜି ପାରିବେ । ଏଭଳି ସୂଚନା ଦେଇଛି ଗୁଗୁଲ । ଭାରତୀୟ ଭାଷାରେ ଏହାର ସର୍ଚ୍ଚ ଇଂଜିନର ବ୍ୟବହାର ବଢାଇବା ନେଇ ପଦକ୍ଷେପ ନେଇଛି ଗୁଗୁଲ ଏବଂ ଅଧିକରୁ ଅଧିକ ଭାରତୀୟ ଭାଷାକୁ ଏଥିରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ କରିଛି ।

ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ଗୁଗୁଲ ଇଣ୍ଡିଆର ପଂଚମ ବାର୍ଷିକ ଅଧିବେଶନରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଗତବର୍ଷ ତାମିଲ, ତେଲୁଗୁ, ଗୁଜରାଟି, ମରାଠୀ, କନ୍ନଡ ଓ ମାଲାୟଲମ୍ ଭାଷାକୁ ସାଲିମ କରିସାରିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ତିନିଟି ଭାଷା ସାମିଲ ହେବ ବୋଲି କହିଛି ବିଶ୍ୱର ସବୁଠୁ ବଡ ସର୍ଚ୍ଚ ଇଂଜିନ । ଏହି ତାଲିକାରେ ଓଡିଆ, ଉର୍ଦ୍ଦୁ ଓ ପଂଜାବୀ ରହିଥିବା ଜଣାପଡିଛି ।



from Kanak News https://ift.tt/30D3LyU https://ift.tt/30fZPrq
ଗୁଗଲରେ ଆସିବ ଓଡିଆ: ୭ଟି ଭାଷା ପରେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ତିନି ଭାରତୀୟ ଭାଷାକୁ ସାମିଲ କରିବାକୁ ଘୋଷଣା Kanak News ଗୁଗଲରେ ଆସିବ ଓଡିଆ: ୭ଟି ଭାଷା ପରେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ତିନି ଭାରତୀୟ ଭାଷାକୁ ସାମିଲ କରିବାକୁ ଘୋଷଣା Kanak News Reviewed by SUBHENDU BARAL on September 19, 2019 Rating: 5

No comments:

Powered by Blogger.