ପାଗଳ ପାକିସ୍ତାନ ! ମାଳଦୀପରେ କାଶ୍ମୀର ପ୍ରସଙ୍ଗ ଉଠାଇଲା, ଭାରତର ଦୃଢ ଜବାବ ପରେ ହଟହଟା ହେଲା Kanak News

କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗ ଉଠାଇ ଅନ୍ତର୍ଜାତୀୟ ଫୋରମରେ ହଟହଟା ହେଲା ପାକିସ୍ତାନ । ମାଳଦୀପରେ ଦକ୍ଷିଣ ଏସୀୟ ଦେଶଗୁଡ଼ିକର ସଂସଦ ଅଧ୍ୟକ୍ଷଙ୍କୁ ନେଇ ଆୟୋଜିତ ଶିଖର ସମ୍ମିଳନୀରେ ପାକିସ୍ତାନ କାଶ୍ମୀର ଓ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲା, ଯାହାର ଦୃଢ଼ ଜବାବ ଦେଇଛି ଭାରତ । ସମ୍ମିଳନୀରେ ପାକିସ୍ତାନ ପ୍ରତିନିଧି କାଶ୍ମୀର ପ୍ରସଙ୍ଗ ଉଠାଇ କହିଥିଲେ ଯେ, କାଶ୍ମୀରରେ ଲୋକଙ୍କ ଉପେରେ ଅତ୍ୟାଚାର କରାଯାଉଛି ଓ ପାକିସ୍ତାନ ଏହାକୁ ଅଣାଦେଖା କରିପାରିବ ନାହିଁ । ପାକ୍ ପ୍ରତିନିଧିଙ୍କ ଏହି ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖିଥିଲେ ଭାରତୀୟ ପ୍ରତିନିଧିମଣ୍ଡଳ ।

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ କହିଥିଲେ ଯେ, ପାକିସ୍ତାନ ହେଉଛି ସେହି ଦେଶ, ଯିଏ ନିଜ ନାଗରିକଙ୍କ ଉପରେ ବଡ଼ଧରଣର ନରସଂହାର ଚଳାଇଥିଲା, ତେଣୁ କାଶ୍ମୀର ଉପରେ କହିବାର ପାକିସ୍ତାନର ଅଧିକାର ନାହିଁ ବୋଲି ହରିବଂଶ କହିଥିଲେ । ଏହାସହ ସେ ସ୍ପଷ୍ଟ ଭାବେ କହିଥିଲେ ଯେ, କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ, ଏନେଇ ଅନ୍ତର୍ଜାତୀୟ ଫୋରମରେ ଆଲୋଚନା କରାଯାଇପାରିବ ନାହିଁ ।

ଏହାପରେ ବି ପାକିସ୍ତାନୀ ପ୍ରତିନିଧି କହିଚାଲିଥିଲେ । ଶେଷରେ କାର୍ଯ୍ୟକ୍ରମର ପରିଚାଳନା କରୁଥିବା ମାଳଦୀପ ସଂସଦର ବାଚସ୍ପତି ପାକିସ୍ତାନୀ ପ୍ରତିନିଧିଙ୍କୁ ନୀରବ ରହିବାକୁ କହିଥିଲେ, ଏହାସହ କୌଣସି ଦେଶର ଆଭ୍ୟନ୍ତରୀଣ ମାମଲା ସେଠାରେ ଆଲୋଚନା ହୋଇପାରିବନି ବୋଲି କହିଥିଲେ । ଏହି ଶିଖର ସମ୍ମିଳନୀ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଯୋଗଦେଇଛନ୍ତି ।



from Kanak News https://ift.tt/2PBgf9Y https://ift.tt/2ZQdHpa
ପାଗଳ ପାକିସ୍ତାନ ! ମାଳଦୀପରେ କାଶ୍ମୀର ପ୍ରସଙ୍ଗ ଉଠାଇଲା, ଭାରତର ଦୃଢ ଜବାବ ପରେ ହଟହଟା ହେଲା Kanak News ପାଗଳ ପାକିସ୍ତାନ ! ମାଳଦୀପରେ କାଶ୍ମୀର ପ୍ରସଙ୍ଗ ଉଠାଇଲା, ଭାରତର ଦୃଢ ଜବାବ ପରେ ହଟହଟା ହେଲା Kanak News Reviewed by SUBHENDU BARAL on September 01, 2019 Rating: 5

No comments:

Powered by Blogger.