ବିନା ଲାଇସେନ୍ସରେ ଗାଡ଼ି ଚଲାଇଲେ ଓ ମୋବାଇଲ ଫୋନରେ ଗପିଲେ ୫ ହଜାର ଗଣିବେ Rajalaxmi Sahoo

ଭୁବନେଶ୍ୱର/ନୂଆଦିଲ୍ଲୀ: ଏଣିକି ବେନିୟମ ଗାଡ଼ି ଚାଳକ ହୁସିଆର୍ ରୁହନ୍ତୁ। କାହିଁକି ନା ଆଜିଠାରୁ ଲାଗୁ ହେବାକୁ ଯାଉଛି କଡା ଟ୍ରାଫିକ୍ ନିୟମ। ଶହେ କି ପାଞ୍ଚ ଶହ ନୁହେଁ, ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ।

କେନ୍ଦ୍ର ପରିବହନ ମନ୍ତ୍ରାଳୟର ଏହି ନୂଆ ଟ୍ରାଫିକ ନିୟମ ଆଜିଠୁ ଓଡ଼ିଶା ସମେତ ସାରା ଦେଶରେ ଲାଗୁ ହେବାକୁ ଯାଉଛି। 

ଜାଣନ୍ତୁ ନୂଆ ଟ୍ରାଫିକ୍‌ ନିୟମରେ କ’ଣ ସବୁ ରହିଛି…

  • ଏଣିକି ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ୫ଶହ ବଦଳରେ ୫ ହଜାର ଦେବାକୁ ପଡ଼ିବ।
  • ମଦ୍ୟପାନ କରି ଗାଡ଼ି ଚଲାଇଲେ ୨ ହଜାର ବଦଳରେ ୧୦ ହଜାର।
  • ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଲାଇଲେ ୫ ଶହ ବଦଳରେ ୫ ହଜାର ଟଙ୍କା ତଣ୍ଡ ଗଣିବେ।
ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଉଥିଲେ ଓ ‘ନୋ ଓଭର ଟେକିଂ ଜୋନ୍’ରେ ଅନ୍ୟକୁ ଓଭରଟେକିଂ କଲେ ସର୍ବନିମ୍ନ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ଏହି ଭୁଲ୍ କଲେ ଜୋରିମାନା ପରିମାଣ ୧୦ ହଜାର ଟଙ୍କାକୁ ବୃଦ୍ଧି ପାଇବ।
  • ବିନା ସିଟ୍ ବେଲ୍ଟରେ କାର୍ ଚଳାଉଥିଲେ ୧ ହଜାରେ ଏବଂ ୨ଚକିଆ ଯାନରେ ୩ ଜଣ ବସିଲେ ୨ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଏପରିକି ସ୍ଥଳ ବିଶେଷରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ।
  • ସେହିପରି ଯଦି ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ ଓ ଫାୟାର ଗାଡ଼ିକୁ ବାଟ ନ ଛାଡ଼ିଲେ ତେବେ ଅତିକମ୍‌ରେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
  • ବିନା କାରଣରେ ପ୍ରତିବନ୍ଧିତ ଅଞ୍ଚଳରେ ହର୍ଣ୍ଣ ବଜାଇଲେ ହଜାରେ ଟଙ୍କା, ସାଇଲେନ୍ସରରୁ ଧୂଆଁ ବାହାରିଲେ ହଜାରେ ଟଙ୍କା ଜୋରିମାନ ଦେବାକୁ ପଡ଼ିବ।
  • ମୋବାଇଲ ଫୋନରେ ଗପିଲେ ସର୍ବନିମ୍ନ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ।


from OTV Khabar. https://ift.tt/2LjH7G7
ବିନା ଲାଇସେନ୍ସରେ ଗାଡ଼ି ଚଲାଇଲେ ଓ ମୋବାଇଲ ଫୋନରେ ଗପିଲେ ୫ ହଜାର ଗଣିବେ Rajalaxmi Sahoo ବିନା ଲାଇସେନ୍ସରେ ଗାଡ଼ି ଚଲାଇଲେ ଓ ମୋବାଇଲ ଫୋନରେ ଗପିଲେ ୫ ହଜାର ଗଣିବେ Rajalaxmi Sahoo Reviewed by SUBHENDU BARAL on August 31, 2019 Rating: 5

No comments:

Powered by Blogger.