ଫ୍ରାନ୍ସ: ଜି-୭ ସମ୍ମିଳନୀରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏବଂ ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି।
ଭାରତ ଓ ବ୍ରିଟେନ୍ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ସୁଦୃଢ଼ କରିବାକୁ ମୋଦି ବୋରିସ୍ ଜନ୍ସନ୍ଙ୍କ ସହ ଆଲୋଚନା କରିଥିବା ବେଳେ ମିଳିତ ଜାତିସଂଘ ମହାସଚିବଙ୍କ ସହ ମୁଖ୍ୟତଃ ପରିବେଶ ସୁରକ୍ଷା ଓ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି।
ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟିପାରନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନାରେ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇପାରେ ବୋଲି ଅନୁମାନ କରାଯାଉଛି। ଫ୍ରାନ୍ସରେ ଆରମ୍ଭ ହୋଇଥିବା ଜି-୭ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଜର୍ମାନୀ, ବ୍ରିଟେନ, ଇଟାଲୀ, କାନାଡା ଓ ଜାପାନର ରାଷ୍ଟ୍ରମୁଖ୍ୟ ପ୍ରମୁଖ ଏହି ସମ୍ମିଳନୀରେ ଆମନ୍ତ୍ରିତ ସଦସ୍ୟ ଭାବେ ଯୋଗ ଦେଇଛନ୍ତି।
ବର୍ତ୍ତମାନ ସ୍ଥିତିରେ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସହ ଟ୍ରେଡ୍ ଓ୍ୱାର ଚାଲିଥିବାବେଳେ ଏହି ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି।
from OTV Khabar. https://ift.tt/348AqiK
No comments: