ଏବେ ସ୍ୱଚ୍ଛତା ଅଭାବରୁ ଯିବନି କେଉଁ ନାରୀର ଜୀବନ , ମାତ୍ର ୧ ଟଙ୍କାରେ ମିଳୁଛି ସାନିଟାରୀ ନାପକିପ୍ ! କ୍ୱାଲିଟି ନୁହଁ କେବଳ ଦାମ୍ ହୋଇଛି କମ୍ Kanak News
ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ ତାଙ୍କ ସ୍ୱାସ୍ଥ୍ୟକୁ ଆହୁରି ଉନ୍ନତ କରିବା ପାଇଁ ଜନ ଔଷଧ କେନ୍ଦ୍ର ମାନଙ୍କରେ ଏବେ ମାତ୍ର ୧ ଟଙ୍କାରେ ସାନିଟାରୀ ନାପକିପ୍ ମିଳିବ । ଯାହା ବର୍ତ୍ତମାନ ୨.୫୦ ଟଙ୍କାରେ ଗ୍ରାହକଙ୍କୁ ମିଳିବ । ଦେଶରେ ଥିବା ଜନ ଔଷଧ କେନ୍ଦ୍ରରେ ବାୟୋଡିଗ୍ରେଡେବଲ୍ ସାନିଟାରୀ ନାପକିନ୍ ସୁବିଧା ଅଗଷ୍ଟ ୨୭ ତାରିଖରୁ ମାତ୍ର ୧ ଟଙ୍କାରେ ଗ୍ରାହକଙ୍କୁ ମିଳିବ । ଏବେ ପର୍ଯ୍ୟନ୍ତ ୪ ଟି ନାପକିନ୍ ୧୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଏହା ୪ ଟଙ୍କାରେ ମିଳିବ । ତେବେ ଦେଶର ୫୫୦୦ ଟି ଔଷଧ କେନ୍ଦ୍ରରେ ଏହି ନାପକିନ୍ ମିଳିବ । ତେବେ ଦାମ୍ କମିବା ସହ ଏହି ନାପକିନ୍ ର କ୍ୱାଲିଟିରେ କୌଣସି ଫରକ ଆସିବ ନାହିଁ । ବର୍ତ୍ତମାନ ବଜାରରେ ଏହି ନାମକିନ୍ ର ଦାମ୍ ୬ ରୁ ୮ ଟଙ୍କା ରହିଛି । କିନ୍ତୁ ଔଷଧ କେନ୍ଦ୍ରରେ ଏହା ମାତ୍ର ୧ ଟଙ୍କାରେ ଉପଲବ୍ଧ ହେବ ।
ଆପଣଙ୍କୁ କହିରଖୁଛୁ ବାୟୋଡିଗ୍ରେଡେବଲ୍ ର ଅର୍ଥ ହେଉଛି ଏଭଳି ଏକ ପଦାର୍ଥ ଯାହା କୌଣସି ବ୍ୟାକ୍ଟେରିୟା ଏବଂ ଜୀବଜନ୍ତୁକୁ ନଷ୍ଟ କରିବ । ଏଥିରେ ଭବିଷ୍ୟତରେ ପରିବେଶ ମଧ୍ୟ ଦୂଷିତ ହୋଇନଥାଏ । ଏହି ନାପକିନ୍ ବ୍ୟବହାର କରିବା ପରେ ବ୍ୟାକ୍ଟେରିୟା ଏବଂ ଜୀବଜନ୍ତୁ ଏହାକୁ ନଷ୍ଟ କରିଦେଇଥାନ୍ତି । ଆପଣଙ୍କୁ କହିରଖୁଛୁ ବଜାରରୁ ମିଳୁଥିବା ସିନ୍ଥେଟିକ୍ ଫାଇବର୍ ଭଳି ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥିବା ସାନିଟାରୀ ନାପକିନ୍ ପରିବେଶକୁ ଅଧିକ ଦୂଷିତ କରିଥାଏ ।
from Kanak News https://ift.tt/2L9dgRT https://ift.tt/2ZyBwAz
No comments: