ଭୂସ୍ବର୍ଗରେ ଫେରୁଛି ଶାନ୍ତି : ୫ ଜିଲ୍ଲାରୁ ୧୪୪ ଧାରା ହଟିବା ପରେ ଜନଜୀବନ ସ୍ବାଭାବିକ,ଆତଙ୍କୀ କାର୍ଯ୍ୟକଳାପ ଘଟାଇବା ନେଇ ନିରାଶ ପାକିସ୍ତାନର ଚିନ୍ତା

ଶ୍ରୀନଗର ୧୧/୮: ଭୂସ୍ବର୍ଗରେ ଫେରୁଛି ଶାନ୍ତି । କାଶ୍ମୀର ପାଇଁ ନୂଆ ଢ଼ାଞ୍ଚା ପ୍ରସ୍ତୁତ । ଧାରା ୩୭୦ ଉଠିବା ପରେ ପ୍ରଧାନମନ୍ତ୍ରୀ କାଶ୍ମୀରବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ଅନେକ ସ୍ବପ୍ନ ଦେଇଖାଇଛନ୍ତି । ଶ୍ରୀନଗରରେ ଚାଲିବ ମେଟ୍ରୋ ଟ୍ରେନ । ଖୋଲିବ ଆଇଆଇଟି, ଆଇଆଇଏମ୍  । ଅକ୍ଟୋବର ନଭେମ୍ବରରେ ନିବେଶକ ସମ୍ମିଳନୀ ହେବ ଏମିତି କେତେ କଣ  କରିବାର ସ୍ବପ୍ନ ଦେଖାଇଛନ୍ତି ମୋଦି ।

ଗତକାଲି ୫ଟି ଜିଲ୍ଲାରେ ୧୪୪ ଧାରା ଉଠିବା ପରେ ଧିରେ ଧିରେ ପରିସ୍ଥିତି ସ୍ବାଭାବିକ ହେଉଛି । କିନ୍ତୁ ପାକିସ୍ଥାନ ଓ ସେଠାକାର କିଛି ଉଗ୍ରବାଦୀ ଲୋକେ ଅପପ୍ରଚାର କରୁଛନ୍ତି । ଯାହାକୁ ନେଇ ସ୍ପଷ୍ଟି କରଣ ଦେଇଛନ୍ତି କାଶ୍ମୀର ଆଇଇଜି । କିଛି ଗଣମାଧ୍ୟମରେ ଫାଇରିଂ ନେଇ ଖବର ପ୍ରକାଶ ପାଇଥିବାରୁ ତାହାକୁ ଖଣ୍ଡନ କରିଛନ୍ତି ଆଇଇଜି ଏସପି ପାନି ।

ଗତ ୬ ଦିନ ହେଲା ପରିସ୍ଥିତି ଶାନ୍ତ ଥିବା ବେଳେ ଆଇନଶୃଙ୍ଖଳା ସ୍ଥିତି ସାମାନ୍ୟ ରହିଛି ବୋଲି ସେ କହିଛନ୍ତି । ସେପଟେ ବିଭିନ୍ନ ଆନ୍ତର୍ଜାତୀୟ ଫୋରମରୁ ପାକିସ୍ତାନ ନିରାଶ ହେବା ପରେ  ଆତଙ୍କୀ କାର୍ଯ୍ୟକଳାପ ଘଟାଇବା ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି।



from Prameya News7 https://ift.tt/2YGPlBt
ଭୂସ୍ବର୍ଗରେ ଫେରୁଛି ଶାନ୍ତି : ୫ ଜିଲ୍ଲାରୁ ୧୪୪ ଧାରା ହଟିବା ପରେ ଜନଜୀବନ ସ୍ବାଭାବିକ,ଆତଙ୍କୀ କାର୍ଯ୍ୟକଳାପ ଘଟାଇବା ନେଇ ନିରାଶ ପାକିସ୍ତାନର ଚିନ୍ତା ଭୂସ୍ବର୍ଗରେ ଫେରୁଛି ଶାନ୍ତି : ୫ ଜିଲ୍ଲାରୁ ୧୪୪ ଧାରା ହଟିବା ପରେ ଜନଜୀବନ ସ୍ବାଭାବିକ,ଆତଙ୍କୀ କାର୍ଯ୍ୟକଳାପ ଘଟାଇବା ନେଇ ନିରାଶ ପାକିସ୍ତାନର ଚିନ୍ତା Reviewed by SUBHENDU BARAL on August 10, 2019 Rating: 5

No comments:

Powered by Blogger.