ନୂଆଦିଲ୍ଲୀ : ବିଶ୍ୱକପ୍ ସହ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି ପାକିସ୍ତାନ କ୍ରିକେଟର ଟପ୍ ଅଲରାଉଣ୍ଡର ସୋଏବ ମଲ୍ଲିକ୍। ଏଥିନେଇ ସେ ଶୁକ୍ରବାର ଘୋଷଣା କରିଛନ୍ତି। ତେବେ ଟି-ଟ୍ୱିଣ୍ଟି ଫର୍ମାଟରେ ନିଜ ଖେଳ ଜାରି ରଖିବେ ବୋଲି କହିଛନ୍ତି। ଚଳିତ ବିଶ୍ୱକପ୍ରେ ସୋଏବ ମଲ୍ଲିକ ତିନିଟି ମ୍ୟାଚ ଖେଳିଥିଲେ।
A legend leaves the ODI field for the final time.
Thank you Shoaib Malik 👏#CWC19 | #PAKvBAN pic.twitter.com/g1tlIsPEK0
— Cricket World Cup (@cricketworldcup) 5 July 2019
ତେବେ ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ପରାସ୍ତ ହେବା ସୋହେବ ଅନେକ ସମାଲୋଚନାର ଶିକାର ହୋଇଥିଲେ। ଏହାପରେ ସେ ୧୧ଜଣିଆ ଦଳରୁ ବାଦ୍ ପଡିଥିଲେ।
Today I retire from One Day International cricket. Huge Thank you to all the players I have played with, coaches I have trained under, family, friends, media, and sponsors. Most importantly my fans, I love you all#PakistanZindabad 🇵🇰 pic.twitter.com/zlYvhNk8n0
— Shoaib Malik 🇵🇰 (@realshoaibmalik) 5 July 2019
ସୋଏବ ମଲ୍ଲିକ ସମୁଦାୟ ୨୮୭ଟି ଦିନିକିଆ ଖେଳି ୭ହଜାର ୫୩୪ରନ୍ କରିଛନ୍ତି। ଏହାସହ ସେ ୧୫୮ଟି ଓ୍ୱିକେଟ ନେଇଛନ୍ତି। ଦିନିକିଆରୁ ବିଦାୟ ନେଇ ସେ ପାକିସ୍ତାନ କ୍ରିକେଟ ବୋର୍ଡ ସହ ସମସ୍ତ ଖେଳାଳି, କୋଚ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
from OTV Khabar. https://ift.tt/32eF8uq
No comments: