
କନକ ବ୍ୟୁରୋ : ମହିଳା ସାଂସଦଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଥିବା ସମାଜବାଦୀ ପାର୍ଟିର ସାଂସଦ ଆଜମ ଖାନଙ୍କ ଉପରେ ଆଜି ହେବ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସ୍ପଷ୍ଟ କରିସାରିଛନ୍ତି ଯେ, ଆଜମ୍ ଖାନ୍ ଭୁଲ୍ ମାଗିବେ, ନହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଆଜମ୍ ଭୁଲ୍ ମାଗିବା ପାଇଁ ବାଚସ୍ପତି ଆଜି ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଲୋକସଭାରେ ଟ୍ରିପଲ ତଲାକ ଆଲୋଚନା ଚାଲିଥିବା ବେଳେ ଆଜମ୍ ଖାନ୍ ବିଜେପି ସାଂସଦ ରମା ଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।

from Kanak News https://ift.tt/2YpstS3 https://ift.tt/2K0lHya
No comments: