ନୂଆଦିଲ୍ଲୀ ୮/୭: ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଆଜି ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଯୋଗଦେବେ । ବଜେଟ୍ ରେ ରହିଥିବା କିଛି ପ୍ରମୁଖ ପ୍ରସ୍ତାବ ବାବଦରେ ଆଲୋଚନା କରିବେ । ଏହା ବ୍ୟତୀତ ବିତ୍ତୀୟ ସୁଦୃଢୀକରଣ ନେଇ ରୋଡ୍ ମ୍ୟାପ ପ୍ରସ୍ତୁତ କରିବେ ବୋଲି ଜଣାପଡିଛି । ବଜେଟ୍ ରେ ସୀତାରମଣ ପ୍ରତିଟି ଦିଗକୁ ଚାହିଁ ପ୍ରସ୍ତାବ ଆଣିଛନ୍ତି । ଅଭିବୃଦ୍ଧି ତ୍ବରାନିତ କରିବା ପାଇଁ ବ୍ୟାପକ ଭାବେ ଚିନ୍ତା କରାଯାଇଛି ।
୨୦୧୪-୨୫ ବର୍ଷ ସୁଦ୍ଧା ଦେଶର ଅର୍ଥନୀତି ୫ ଲକ୍ଷ କୋଟି ଡଲାର ହେବ ବୋଲି ଆକଳନ କରାଯାଇଛି । ଏହା ଛଡା ସରକାର ବିତ୍ତୀୟ ନିୟଣ୍ଟ ଲକ୍ଷ୍ୟ ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପିର ୩.୩%କୁ କମାଇ ଦେଇଛନ୍ତି । ବିତ୍ତୟୀ ନିୟଣ୍ଟ ଲକ୍ଷ୍ୟକୁ ପୂରଣ ପାଇଁ ସରକାରଙ୍କୁ ଅଧିକ ରାଜସ୍ବ ଆଦାୟ କରିବାକୁ ପଡିବ । ରିଜର୍ଭ ବ୍ୟାଙ୍କ ଆଉ ଅତିରିକ୍ତ ୬ ହଜାର କୋଟି ଟଙ୍କା ଲାଭାଂଶ ଦେଉବୋଲି ସରକାର ଚାହୁଁଛନ୍ତି । ତେଣୁ ଏବାବଦରେ ମଧ୍ୟ ଆଲୋଚନା ହୋଇପାରେ ।
from News7 https://ift.tt/326Yb9I
ଆଜି ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ
Reviewed by SUBHENDU BARAL
on
July 07, 2019
Rating:
No comments: