ନୟାଗଡ ଜିଲ୍ଲା ସୋରଡାରେ ବୋମାମାଡ: ଦୋକାନୀ ଗୁରୁତର, ମେଡିକାଲରେ ଭର୍ତ୍ତି Kanak News

କନକ ବ୍ୟୁରୋ: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଂଚଳର ସୋରଡାରେ ବୋମାମାଡ । ପ୍ରେମ ସଂପର୍କକୁ ନେଇ ସୋରଡାରେ ବୋମା ମାଡ ଓ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏଥିରେ ଗଣେଶ ନାୟକ ନାମକ ଜଣେ ଦୋକାନୀ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତନାଘନା ଚଲାଇଛି । ଗତ ରାତିରେ ଗଣେଶ ଦୋକାନ ବନ୍ଦ କଲା ବେଳେ ଗାଁର ପତିଆ ପ୍ରଧାନ, ବିପ୍ର ନାୟକ ଓ ବସନ୍ତ ନାୟକ ଗୁଳି ଓ ବୋମା ମାଡ କରି ଫେରାର ହୋଇଯାଇଥିଲେ । ଗଣେଶର ଚିକ୍ରାର ଶୁଣି ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।



from Kanak News http://bit.ly/2XxEhC3 http://bit.ly/2MAHLmv
ନୟାଗଡ ଜିଲ୍ଲା ସୋରଡାରେ ବୋମାମାଡ: ଦୋକାନୀ ଗୁରୁତର, ମେଡିକାଲରେ ଭର୍ତ୍ତି Kanak News ନୟାଗଡ ଜିଲ୍ଲା ସୋରଡାରେ ବୋମାମାଡ: ଦୋକାନୀ ଗୁରୁତର, ମେଡିକାଲରେ ଭର୍ତ୍ତି Kanak News Reviewed by SUBHENDU BARAL on June 07, 2019 Rating: 5

No comments:

Powered by Blogger.