ବିଶ୍ୱରେ ବଢୁଥିବା ପ୍ରଦୂଷଣ ପାଇଁ ଭାରତ, ଚୀନ ଓ ଋଷିଆ ଦାୟୀ : ଡୋନାଲ୍ଡ ଟ୍ରମ୍ପ Kanak News

କନକ ବ୍ୟୁରୋ : ବିଶ୍ବରେ ବାୟୁ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି। ଭାରତ, ଚୀନ୍ ଏବଂ ରୁଷ୍ରେ ସବୁଠୁ ଅଧିକ ବାୟୁ ପ୍ରଦୂଷଣ ହେଉଥିବା ରିପୋର୍ଟରୁ ଜଣାପଡ଼ିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ୩ଟି ଦେଶକୁ ପ୍ରଦୂଷଣ ପାଇଁ ଦାୟୀ କରିଛନ୍ତି। ଟ୍ରମ୍ପ୍ ଦାବି କରିଛନ୍ତି ଯେ ଭାରତ, ଚୀନ୍ ଏବଂ ରୁଷ୍ ପାଖରେ ପ୍ରଦୂଷଣ ଏବଂ ସ୍ବଚ୍ଛତା ସଂକ୍ରାନ୍ତ କୌଣସି ଧାରଣା ନାହିଁ। ପ୍ରଦୂଷଣ ରୋକିବା ଦିଗରେ ଏହି ୩ଟି ରାଷ୍ଟ୍ରର କିଛି ଦାୟିତ୍ବ ନାହିଁ ଏବଂ ସେମାନେ ଏ କ୍ଷେତ୍ରରେ ଅତ୍ୟନ୍ତ ବେପରୁଆ ବୋଲି ଟ୍ରମ୍ପ୍ କହିଛନ୍ତି।

ଅଧିକ ଅଙ୍ଗାର ପ୍ରଦୂଷଣ କରୁଥିବା ରାଷ୍ଟ୍ର ତାଲିକାରେ ଆମେରିକା ସବୁଠୁ ଶୀର୍ଷରେ ଥିଲେ ମଧ୍ୟ ଆମେରିକା ତୁଳନାରେ ଭାରତ, ଚୀନ୍ ଏବଂ ରୁଷ୍ରେ ଅଧିକ ପ୍ରଦୂଷଣ ହେଉଥିବାରୁ ଟ୍ରମ୍ପ୍ ଏହି ୩ ରାଷ୍ଟ୍ରକୁ କଡ଼ା ସମାଲୋଚନା କରିଛନ୍ତି। ତେବେ ଟ୍ରମ୍ପ୍ କହିଛନ୍ତି, ବିଶ୍ବ ତାପମାତ୍ରା ବୃଦ୍ଧି ବିରୋଧରେ ଲଢ଼େଇ ଜାରି ରଖିବା ନିମନ୍ତେ ସେ ପ୍ରତିଶ୍ରୁତିବଦ୍ଧ ଏବଂ ଭବିଷ୍ୟତ ପିଢ଼ି ପାଇଁ ଯାହା ଭଲ ତାହା ସେ କରିବେ।



from Kanak News http://bit.ly/2ItEYWT http://bit.ly/2R137Il

ବିଶ୍ୱରେ ବଢୁଥିବା ପ୍ରଦୂଷଣ ପାଇଁ ଭାରତ, ଚୀନ ଓ ଋଷିଆ ଦାୟୀ : ଡୋନାଲ୍ଡ ଟ୍ରମ୍ପ Kanak News ବିଶ୍ୱରେ ବଢୁଥିବା ପ୍ରଦୂଷଣ ପାଇଁ ଭାରତ, ଚୀନ ଓ ଋଷିଆ ଦାୟୀ : ଡୋନାଲ୍ଡ ଟ୍ରମ୍ପ Kanak News Reviewed by SUBHENDU BARAL on June 06, 2019 Rating: 5

No comments:

Powered by Blogger.