ଧୋନିଙ୍କ ଗ୍ଲୋଭସରୁ ସେନାର ସ୍ୱତନ୍ତ୍ର ବଳିଦାନ ଲୋଗୋ ହଟାଇବାକୁ ବିସିସିଆଇକୁ ଆଇସିସିର ନିର୍ଦ୍ଦେଶ : ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାରା ସ୍ପେଶାଲ ଲୋଗୋ ଥିବା ଗ୍ଲୋଭସ ପିନ୍ଧିଥିଲେ ଧୋନି Kanak News
କନକ ବ୍ୟୁରୋ : ଧୋନିଙ୍କ ଗୋଭସରୁ ସେନାର ସ୍ୱତନ୍ତ୍ର ବଳିଦାନ ଲୋଗୋ ହଟାଇବାକୁ ବିସିସିଆଇକୁ ନିର୍ଦ୍ଦେଶ ଦେଲା ଆଇସିସି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟକିପର ମହେନ୍ଦ୍ର ସିଂ ଧୋନୀ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାରା ସ୍ପେଶାଲ ଫୋର୍ସର ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧି ଖେଳଇଥିଲେ । ଏହାକୁ ନେଇ ସୋସିଆଲ ମଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଧୋନୀଙ୍କ ଦେଶପ୍ରେମକୁ ପୂରା ଦେଶବାସୀ ସାଲ୍ୟୁଟ କରିଥିଲେ ।
କିନ୍ତୁ ଏବେ ଧୋନିଙ୍କୁ ଗ୍ଲୋଭସରୁ ଏହି ବଳିଦାନ ଲୋଗୋକୁ ହଟାଇବାକୁ ବିସିସିଆଇକୁ କହିଛି ଆଇସିସି । ଏହି ବଳିଦାନ ଲୋଗୋ କେବଳ ପାରାମିଲିଟାରୀ କମାଣ୍ଡୋ ବ୍ୟବହାର କରିପାରିବେ । ତେବେ ଆଇସିସିର ନିୟମ ଅନୁଯାୟୀ, ଅର୍ନ୍ତରାଷ୍ଟ୍ରୀୟ ଇଭେଂଟ ବା ମ୍ୟାଚ ସମୟରେ ଜର୍ସି କିମ୍ବା ଅନ୍ୟ ସାମଗ୍ରୀ ଉପରେ ରାଜନୀତି, ଧର୍ମ କିମ୍ବା ଜାତିର ସନ୍ଦେଶ ରହି ପାରିବ ନାହିଁ । ସେନାକୁ ସମ୍ମାନ ଦେବାକୁ ଯାଇ ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ପାରା କମାଣ୍ଡୋ ଫୋର୍ସଙ୍କ ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧିିଥିଲେ ।
ପାରାସୁଟ୍ ରେଜିମେଂଟରେ ସ୍ୱତନ୍ତ୍ର ବଳ ପାଖରେ କେବଳ ଏହି ଲୋଗୋ ଥିବା ବ୍ୟାଚ୍ ଥାଏ । ଏହି ବ୍ୟାଚରେ ବଳିଦାନ ଶବ୍ଦ ଦେବନାଗରୀ ଲିପିରେ ଲେଖା ହୋଇଥାଏ ।୨୦୧୧ରେ ସେନାର ଲେପ୍ଟନାଂଟ କର୍ଣ୍ଣେଲ ପଦ ସହ ଧୋନୀଙ୍କୁ ସେନାରେ ସାମିଲ କରାଯାଇଥିଲା । ଆଉ ୨୦୧୫ପାରାଟ୍ରୁପର ପଶିକ୍ଷଣରେ ଭାଗ ନେବା ସହ ସମସ୍ତ ପର୍ଯ୍ୟାୟ ପାର କରିଥିଲେ । ଆଉ ଏହାସହ ବଳିଦାନ ଲୋଗୋ ଥିବା ବ୍ୟାଚ ବ୍ୟବହାର କରିବାର ଯୋଗ୍ୟତା ହାସଲ କରିଥିଲେ ଧୋନି ।
from Kanak News http://bit.ly/2WtrrZ9 http://bit.ly/2WuFTQI
No comments: