କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍ ବିରାଟ କୋହଲି ଏବେ ଏକ ନିଆରା ଘଟଣାକୁ ନେଇ ଆସିଛନ୍ତି ଚର୍ଚାକୁ । ବିଶ୍ୱକପ୍ ଚାଲିଥିବା ବେଳେ ବିରାଟ କୋହଲିଙ୍କୁ ଆଇସିସି ତାର ଟୁଇଟର ପେଜରେ ସମ୍ରାଟ ଭାବରେ ସଜେଇ ଏକ ଫଟୋ ସ୍ଥାନ ଦେଇଛି । ଫଟୋରେ ସିଂହାସନ ଉପରେ ବସିଛନ୍ତି କୋହଲି । ପୁରା ରାଜାଙ୍କ ପରି ସଜେଇ ହୋଇଛନ୍ତି । ହାତରେ ରହିଛି ବ୍ୟାଟ୍ । କୋହଲିଙ୍କ ପଛରେ ପରଦା ପରି ତ୍ରିରଙ୍ଗା ପତାକାକୁ ସ୍ଥାନ ଦିଆଯାଇଛି । କୋହଲିଙ୍କ ମୁଣ୍ଡରେ ମୁକୁଟ ବି ରହିଛି । ତେବେ ଏପରି ଫଟୋକୁ କିଛି କ୍ରିକେଟ୍ ପ୍ରେମୀ ନାପସନ୍ଦ କରିଛନ୍ତି ।
ବିଶ୍ୱକପରେ ୧୦ ଜଣ କ୍ୟାପଟେନ୍ ରହିଥିବା ବେଳେ କେବଳ ଭାରତର କ୍ୟାପଟେନ୍ କୋହଲିଙ୍କୁ ସମ୍ରାଟ ଭାବେ ଆଇସିସି ସଜେଇବାକୁ ସେମାନେ ନାପସନ୍ଦ କରିଛନ୍ତି । କିଛି କ୍ରୀଡାପ୍ରେମୀ ଆଇସିସି , ବିସିସିଆଇର ପ୍ରଶଂସକ ଭାବେ କାମ କରୁଛି ବୋଲି କହିଛନ୍ତି । ପୂର୍ବରୁ ବିଶ୍ୱକପରେ ଭାରତର ବିଳମ୍ୱରେ ଅଭିଜାନ ଆରମ୍ଭ ହେବାକୁ ନେଇ ଆଇସିସିକୁ ଅନେକ ସମାଲୋଚନା କରିସାରିଛନ୍ତି । କାରଣ ବିଶ୍ୱକପରେ ସମସ୍ତ ଦଳ ସେମାନଙ୍କର ଗୋଟିଏ ମ୍ୟାଚ୍ ଖେଳି ସାରିଥିବା ବେଳେ ଭାରତକୁ ଶେଷରେ ମ୍ୟାଚ୍ ଖେଳିବାକୁ ସ୍ଥାନ ଦେଇଛି ଆଇସିସି । କିଛି ପ୍ରଶଂସକ ଏହି ଫଟୋକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା କୋହଲିଙ୍କର କି ଲୋକେଶ ରାହୁଲଙ୍କର ବୋଲି ଦ୍ୱନ୍ଦ୍ୱ ଥିବା କହିଛନ୍ତି ।
from Kanak News http://bit.ly/2K0zbLH http://bit.ly/2MuI5Da
No comments: