ରାଇରଙ୍ଗପୁରରେ ବଜ୍ରପାତ, ଦୁଇ ମୃତ

ରାଇରଙ୍ଗପୁର ୬|୬: ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସହ ବଜ୍ରପାତ ମଧ୍ୟ ହୋଇଛି । ବିଭିନ୍ନ ସ୍ଥାନରୁ ଅଘଟଣ ଘଟିଥିବା ଖବର ମଧ୍ୟ ଆସୁଛି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ବଜ୍ରପାତରେ ପୃଥକ ପୃଥକ ସ୍ଥାନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବଡ଼ଗୁଳୁତା ଗାଁର କରୁଣାକର ମୁର୍ମୁ । କରୁଣାକର ନିଜ ଚାଳ ଘରେ ଥିବାବେଳେ ବଜ୍ରପାତ ହୋଇଥିଲା । ବଜ୍ରାଘାତ ଫଳରେ କରୁଣାକରଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ବହଳଦା ଥାନା ମୂରାଇଘୁଟୁ ଗାଁରେ ବଜ୍ରାଘାତରେ ଜଣେ ବାଳକର ମୃତ୍ୟୁ ହୋଇଛି । ମୃତ ବାଳକ ୧୨ ବର୍ଷର ପାଣ୍ଡୁ ସର୍ଦ୍ଦାର ।



from News7 http://bit.ly/2XrSlgB
ରାଇରଙ୍ଗପୁରରେ ବଜ୍ରପାତ, ଦୁଇ ମୃତ ରାଇରଙ୍ଗପୁରରେ ବଜ୍ରପାତ, ଦୁଇ ମୃତ Reviewed by SUBHENDU BARAL on June 05, 2019 Rating: 5

No comments:

Powered by Blogger.