ରିଲିଫ୍‌ରେ ପୋକରା ଚାଉଳ ମିଳିଥିବା ଅଭିଯୋଗ Rosalin Rath

ପୁରୀ: ବାତ୍ୟା ‘ଫୋନି’ରେ ପୁରୀ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗସ୍ତ ହୋଇଛି। ବହୁ ଅଞ୍ଚଳରେ ଲୋକେ ବାସହରା ହୋଇଛନ୍ତି। ଏହି ଅବସ୍ଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଲୋକଙ୍କୁ ରିଲିଫ୍ ବାଣ୍ଟିଥିଲେ।

ପୁରୀ ପେଣ୍ଠକଟା ନିକଟରେ ଲୋକଙ୍କୁ ଚାଉଳ ଓ ଟଙ୍କା ବଣ୍ଟାଯାଇଥିଲା ତେବେ ଏହାକୁ ନେଇ ଏବେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ବିପନ୍ନଙ୍କ ଅଭିଯୋଗ ହେଲା, ରିଲିଫ୍‌ରେ ମିଳିଥିବା ଚାଉଳ ପୋକରା ଏବଂ ଗନ୍ଧଯୁକ୍ତ। ଯାହାକୁ ଖାଇବା ବି ମୁସକିଲ୍।

ଏପରିକି ଲୋକେ ରିଲିଫ୍‌ରେ ମିଳିଥିବା ଚାଉଳକୁ ହାତରେ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାଛଡ଼ା ପୁରୀ ଜିଲ୍ଲାର ଲୋକେ ବିଭିନ୍ନ ଅଞ୍ଚଳରେ ରିଲିଫ୍ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତେବେ ପୋକରା ଚାଉଳ ପ୍ରସଙ୍ଗରେ ପୁରୀ ଜିଲ୍ଳାପାଳ ଜ୍ୟୋତିପ୍ରକାଶ ଦାସ ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ  ଜିଲ୍ଲାରେ ରିଲିଫ୍ ବଣ୍ଟାକୁ ନେଇ ଥିବା ଅସନ୍ତୋଷକୁ ସମାଧାନ କରିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି।

 



from OTV Khabar http://bit.ly/30420vc
ରିଲିଫ୍‌ରେ ପୋକରା ଚାଉଳ ମିଳିଥିବା ଅଭିଯୋଗ Rosalin Rath ରିଲିଫ୍‌ରେ ପୋକରା ଚାଉଳ ମିଳିଥିବା ଅଭିଯୋଗ Rosalin Rath Reviewed by SUBHENDU BARAL on May 06, 2019 Rating: 5

No comments:

Powered by Blogger.