ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯିବାର ୬ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ପରିସ୍ଥିତିରେ ସୁଧାର ଆସିନାହିଁ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ନୟାନ୍ତ ରାଜଧାନୀବାସୀ। ଏବେ ଲାଇଟ୍, ଫ୍ୟାନ୍ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।
ଭୁବନେଶ୍ୱରର ଏକ ନମ୍ବର ହାଟ, ବାପୁଜୀ ନଗର ଭଳି ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ଷ୍ଟଲ ଖୋଲି ଚାଇନା ନିର୍ମିତ ବ୍ୟାଟେରୀ ଲାଇଟ୍, ସୋଲାର୍ ଲାଇଟ୍ ,ସୋଲାର୍ ଫ୍ୟାନ୍, ଲଣ୍ଠନ, ବିଞ୍ଚଣା ପ୍ରଭୃତି ବିକ୍ରି କରୁଛନ୍ତି। ବିଜୁଳି ନଥିବାରୁ ଲୋକେ ଏବେ ଏହିସବୁ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି।
ଆଉ ଏହାର ବେଶ୍ ଫାଇଦା ବି ଉଠାଉଛନ୍ତି ବ୍ୟବସାୟୀ। ଲୋକଙ୍କ ଅସହାୟତାକୁ ଦେଖି ବ୍ୟବସାୟୀମାନେ ବି ଅଧିକ ମୂଲ୍ୟରେ ସାମଗ୍ରୀ ସବୁକୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।
from OTV Khabar http://bit.ly/2HcbUlU
ବଢ଼ୁଛି ସୋଲାର୍ ଲାଇଟ୍ ଓ ଫ୍ୟାନ୍ର ଚାହିଦା Rajalaxmi Sahoo
Reviewed by SUBHENDU BARAL
on
May 08, 2019
Rating:
No comments: