ତୃତୀୟଥର ପାଇଁ ସୁପ୍ରିମକୋର୍ଟକୁ କ୍ଷମା ପ୍ରାର୍ଥନା କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ! “ଚୌକିଦାର ଚୋର୍ ହେ” ବୟାନକୁ ନେଇ ବିନା ସର୍ତ୍ତରେ ମାଗିଲେ କ୍ଷମା । Kanak News

ଅବମାନନା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟକୁ କ୍ଷମା ପ୍ରାର୍ଥନା କରିଛନ୍ତି । ରାହୁଲ ଗାନ୍ଧୀ କୋର୍ଟକୁ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି । ଚୌକିଦାର ଚୋର୍ ହେ ବୟାନରେ ରାହୁଲ୍ ତୃତୀୟ ଥର କ୍ଷମା ମାଗିଛନ୍ତି । ଏହା ପୂର୍ବରୁ ଦୁଇଥର ରାହୁଲ ଗାନ୍ଧୀ ଏହାକୁ ନେଇ କେବଳ ଦୁଃଖ ପ୍ରକାଶ କରିଥିଲେ କିନ୍ତୁ ଏଥର କୋର୍ଟକୁ କ୍ଷମା ମାଗି ଏହି ମାମଲାକୁ ଶେଷ କରିବାକୁ ସେ କୋର୍ଟକୁ ଅପିଲ୍ କରିଛନ୍ତି । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ “ଚୌକିଦାର ଚୋର୍ ହେ”ଭଳି ଅପମାନଜନକ ଟିପ୍ପଣୀ କରିଥିଲେ ।

ଏହାପରେ ସୁପ୍ରିମକୋର୍ଟ ଏହାକୁ ଭୁଲ୍ କହି ଏପ୍ରିଲ୍ ୩୦ ତାରିଖରେ ରାହୁଲ ଗାନ୍ଧୀଙ୍କ ଏହି ଟିପ୍ପଣୀରେ କ୍ଷମା ପ୍ରାର୍ଥନା କରିବାକୁ ଅନ୍ତିମ ସମୟ ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷ ନିଜ ଓକିଲ ମାଧ୍ୟମରେ ଏହା ସ୍ୱୀକାର କରିଥିଲେ ଯେ ସେ ଏହି ଟିପ୍ପଣୀକୁ ଭୁଲ୍ ବଶତଃ ଶୀର୍ଷ ଅଦାଲତ ସାମ୍ନାରେ କହି ଭୁଲ୍ କରିଛନ୍ତି । ସୁପ୍ରିମକୋର୍ଟ ରାହୁଲଙ୍କ ଏହି ଟିପ୍ପଣୀ ଉପରେ ପ୍ରଥମେ ଦୁଃଖ ପ୍ରକାଶ କରୁଥିବା କଥା କହିଥିବା ବେଳେ ପରେ ଏଭଳି କଥା କହିନଥିବା କଥା ସେ ସ୍ୱୀକାର କରିଥିଲେ ।



from Kanak News http://bit.ly/2PPrlVh http://bit.ly/2vMsB20
ତୃତୀୟଥର ପାଇଁ ସୁପ୍ରିମକୋର୍ଟକୁ କ୍ଷମା ପ୍ରାର୍ଥନା କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ! “ଚୌକିଦାର ଚୋର୍ ହେ” ବୟାନକୁ ନେଇ ବିନା ସର୍ତ୍ତରେ ମାଗିଲେ କ୍ଷମା । Kanak News ତୃତୀୟଥର ପାଇଁ ସୁପ୍ରିମକୋର୍ଟକୁ କ୍ଷମା ପ୍ରାର୍ଥନା କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ! “ଚୌକିଦାର ଚୋର୍ ହେ” ବୟାନକୁ ନେଇ ବିନା ସର୍ତ୍ତରେ ମାଗିଲେ କ୍ଷମା । Kanak News Reviewed by SUBHENDU BARAL on May 08, 2019 Rating: 5

No comments:

Powered by Blogger.