ନବୀନଙ୍କ ପରେ ଦ୍ବିତୀୟ ମନ୍ତ୍ରୀ ଭାବେ ପ୍ରଫୁଲ୍ଲଙ୍କ ପାଳି ପଡିଲା : ସାନ୍ତାଳୀରେ ଶପଥ ପାଠ କଲେ ସୁଦାମ, ରଣେନ୍ଦ୍ର ଇଂରାଜୀରେ
ଭୁବନେଶ୍ବର ୨୯|୫: ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ । ନବୀନଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି । ନବୀନଙ୍କ ସହ ଅନ୍ୟ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ଚଳିତ ଥର ୧୧ଜଣ ମନ୍ତ୍ରୀ କ୍ୟାବିନେଟ୍ ପାହ୍ୟା ଓ ୯ଜଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପ୍ରଥମେ ପ୍ରଫୁଲ୍ଲ ମଲ୍ଲିକ ଶପଥ ନେଇଛନ୍ତି । ପ୍ରଫୁଲ୍ଲଙ୍କ ପରେ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ନବକିଶୋର ଦାଶ ଶପଥ ଗ୍ରହଣ କରିଛନ୍ତି ।
ସେହିଭଳି ରାଷ୍ଟ୍ରମନ୍ତ୍ରୀ ଭାବେ କ୍ରମାନ୍ବୟରେ ପଦ୍ମିନୀ ଦିଆନ, ଅଶୋକ ପଣ୍ଡା, ସମୀର ଦାସ, ଜ୍ୟୋତିପ୍ରକାଶ ନାୟକ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା ଶପଥ ଗ୍ରହଣ କରିଛନ୍ତି ।
ଶପଥ ଗ୍ରହଣ ଉତ୍ସବରେ ସୁଦାମ ମାରାଣ୍ଡି ସାନ୍ତାଳୀ ଭାଷାରେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ । ସେହିଭଳି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଇଂଗ୍ରାଜୀ ଭାଷାରେ ଶପଥ ପାଠ କରିଛନ୍ତି । ଆଠଗଡରୁ ଲଗାତର ୭ଥର ବିଧାୟକ ରହିଛନ୍ତି । ପ୍ରୋଟେମ୍ ସ୍ପିକର ମଧ୍ୟ ଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
from News7 http://bit.ly/2KghEhX
No comments: