ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ

ଭୁବନେଶ୍ବର ୨୯|୫: ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ । ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ନବୀନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ୫ମ ଥର ପାଇଁ ଶପଥ ନେବାବେଳେ ଉତ୍ସବ ସ୍ଥଳରେ ଉପସ୍ଥିତ ମହିଳା ମାନେ ହୁଳହୁଳି ଧ୍ବନି ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେହିଭଳି ମଞ୍ଚ ତଳେ ବସିଥିବା ନବୀନଙ୍କ ବଡ ଭଉଣୀ ଗୀତା ମେହଟା ଏବଂ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ଅନ୍ୟ ଅତିଥି ମାନେ ତାଳି ମାରି ଅଭିନନ୍ଦନ ଜଣାଇଥିଲେ ।ନବୀନ ଶପଥ ଗ୍ରହଣ କରିବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ନାଁ ଘୋଷଣା କରି ଶପଥ ପାଠ ପାଇଁ ଆମନ୍ତ୍ରଣ କରିଥିଲେ ।ନବୀନଙ୍କ ପରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେଇଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏହା ପରେ ବିକ୍ରମ କେଶରୀ ଆରୁଖ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଏହା ପରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ନବକିଶୋର ଦାଶ ଶପଥ ଗ୍ରହଣ କରିଛନ୍ତି ।

ରାଷ୍ଟ୍ରମନ୍ତ୍ରୀ ଭାବେ କ୍ରମାନ୍ବୟରେ ପଦ୍ମିନୀ ଦିଆନ, ଅଶୋକ ପଣ୍ଡା, ସମୀର ଦାସ, ଜ୍ୟୋତିପ୍ରକାଶ ନାୟକ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା ଶପଥ ଗ୍ରହଣ କଲେ ।



from News7 http://bit.ly/2K9XqpX
ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ Reviewed by SUBHENDU BARAL on May 29, 2019 Rating: 5

No comments:

Powered by Blogger.