ଅତ୍ୟାଚାର ସହି ପାରିଲାନି ସ୍ତ୍ରୀ : ସ୍ବାମୀର ମୁଣ୍ଡ ଗଣ୍ଡି କରିଦେଲା ଅଲଗା, ପୋଲିସ କଲା ଗିରଫ

ଲଖୀମପୁର ୨୯/୫: ଆସାମର ଲଖୀମପୁର ଜିଲ୍ଲାର ଧଲପୁରରେ ଜଣେ ମଦୂଆ ସ୍ବାମୀର ପ୍ରତିଦିନର ଅତ୍ୟାଚାରର ସହିନପାରି ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସ୍ତ୍ରୀ ,ସ୍ବାମୀର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛି। ସ୍ବାମୀର କଟାମୁଣ୍ଡ ପ୍ଲାଷ୍ଟିକ୍ ଥଳୀରେ ଭର୍ତ୍ତି କରି ଥାନାକୁ ନେଇଯାଇଥିଲା। ପୋଲିସ୍ ଆଗରେ ଏହି ମହିଳା ଆତ୍ମସମର୍ପଣ କରିଥିଲେ। ଏହି ଲୋମହର୍ଷଣ ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ ନାରାୟଣପୁରର କଠଣୀ ମାଜଗାଁ ବାସିନ୍ଦା ବୁଧିରାମ ବରକଟକୀ ପ୍ରତିଦିନ ଭଳି ସେଦିନ ମଧ୍ୟ ମଦ ନିଶାରେ ଘରକୁ ଫେରିଥିଲା। ଘରେ ପହଞ୍ଚୁ ପହଞ୍ଚୁ ସ୍ତ୍ରୀ ଗୁନେଶ୍ବରୀ ବରକଟକୀ ସହ ଯୁକ୍ତିତର୍କ କରିଥିଲା। ନିଶାରେ ଚୁର ଥିବା ବୁଧିରାମ ସ୍ତ୍ରୀକୁ ମାରଧର ମଧ୍ୟ କରିଥିଲା। ଗୁନେଶ୍ବରୀ ମାଡ଼ ଖାଇବାବେଳେ ସ୍ବାମୀଠୁ କିପରି ମୁକ୍ତି ପାଇବ ସେକଥା ଚିନ୍ତା କରିଥିଲା। ଠିକ୍ ସେହି ସମୟରେ ଗୁନେଶ୍ବରୀ ଏକ କଟୁରୀ ଆଣି ସ୍ବାମୀ ମୁଣ୍ଡରେ ଜୋରଦାର ଆକ୍ରମଣ କରିଥିଲା। ଯାହା ଫଳରେ ସ୍ବାମୀର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା। ଏହାପରେ ରକ୍ତ ଜୁଡ଼ୁବୁଡ଼ୁ କଟାମୁଣ୍ଡକୁ ପ୍ଲାଷ୍ଟିକ୍ ଥଳୀରେ ଭର୍ତ୍ତି କରି ଗୁନେଶ୍ବରୀ ଧଲପୁର ପୋଲିସ ଥାନା ପହଞ୍ଚି ଆତ୍ମସମର୍ପଣ କରିଥିଲା। ପୋଲିସ୍ ସ୍ବାମୀର ହତ୍ୟା ମାମଲାରେ ସ୍ତ୍ରୀକୁ ଗିରଫ କରିଛି।   



from News7 http://bit.ly/2I7pesd
ଅତ୍ୟାଚାର ସହି ପାରିଲାନି ସ୍ତ୍ରୀ : ସ୍ବାମୀର ମୁଣ୍ଡ ଗଣ୍ଡି କରିଦେଲା ଅଲଗା, ପୋଲିସ କଲା ଗିରଫ ଅତ୍ୟାଚାର ସହି ପାରିଲାନି ସ୍ତ୍ରୀ : ସ୍ବାମୀର ମୁଣ୍ଡ ଗଣ୍ଡି କରିଦେଲା ଅଲଗା, ପୋଲିସ କଲା ଗିରଫ Reviewed by SUBHENDU BARAL on May 29, 2019 Rating: 5

No comments:

Powered by Blogger.