ମାଓବାଦୀଙ୍କ କବଜାରେ ମୋଟର ଲଂଚ ଓ କର୍ମଚାରୀ ! ସ୍ୱାଭିମାନ ଅଂଚଳରେ ନିର୍ବାଚନ ଭଣ୍ଡୁର କରିବାକୁ ଅଟକ ରଖିଥିବା ସୂଚନା Kanak News

କନକ ବ୍ୟୁରୋ : ମାଓବାଦୀଙ୍କ କବଜାରେ ମୋଟର ଲଂଚ । ସ୍ୱାଭିମାନ ଅଂଚଳ ଚିତ୍ରକୋଣ୍ଡାରେ ନିର୍ବାଚନ ଭଣ୍ଡୁର କରିବାକୁ ମାଓବାଦୀମାନେ ୨ଦିନ ହେଲା ୪ଟି ମୋଟର ଲଂଚକୁ ଅଟକ ରଖିଥିବା ଜଣାପଡିଛି । କୁନ୍ତୁରପଦର ଓ ଯୋଡ଼ାଆମ୍ବ ଓ ପଣସପୁଟକୁ ଯୋଗାଯୋଗ କରୁଥିବା ଏହି ଲଂଚକୁ ଅଟକ ରଖାଯାଇଥିବା ଜଣାପଡିଛି । ୪ଟି ମୋଟର ଲଂଚରେ ଥିବା ୭ରୁ ୮ ଜଣ କର୍ମଚାରୀଙ୍କୁ ମଧ୍ୟ ମାଓବାଦୀ ଅଟକ ରଖିଛନ୍ତି ।  ଗତକାଲି ଏହି ଅଂଚଳରେ ମତଦାନ ହୋଇଥିଲା ।

ସୂଚନା ଅନୁସାରେ ଗତ ବୁଧବାର ଦିନ ଦୁଇଟି ମୋଟର ଲଂଚକୁ ଅଟକ ରଖାଯାଇଥିଲା । ଆଉ ଗତକାଲି ଆଉ ୨ଟି ମୋଟର ଲଂଚକୁ ଅଟକ ରଖିଛନ୍ତି ମାଓବାଦୀ । ସରକାରୀ କଳ ଏହି ମୋଟର ଲଂଚକୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିବା ତଥା ଭୋଟରଙ୍କୁ ନିଆ ଅଣା କରାଯିବ ଚିନ୍ତା କରି ମାଓବାଦୀମାନେ ଏପରି ଯୋଜନା କରିଥିଲେ । ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ମୋଟର ଲଂଚ ଛାଡ଼ିପାରନ୍ତି ବୋଲି ଆଶା କରାଯାଉଛି ।



from Kanak News http://bit.ly/2If9F4n http://bit.ly/2X6WfdV
ମାଓବାଦୀଙ୍କ କବଜାରେ ମୋଟର ଲଂଚ ଓ କର୍ମଚାରୀ ! ସ୍ୱାଭିମାନ ଅଂଚଳରେ ନିର୍ବାଚନ ଭଣ୍ଡୁର କରିବାକୁ ଅଟକ ରଖିଥିବା ସୂଚନା Kanak News ମାଓବାଦୀଙ୍କ କବଜାରେ ମୋଟର ଲଂଚ ଓ କର୍ମଚାରୀ ! ସ୍ୱାଭିମାନ ଅଂଚଳରେ ନିର୍ବାଚନ ଭଣ୍ଡୁର କରିବାକୁ ଅଟକ ରଖିଥିବା ସୂଚନା Kanak News Reviewed by SUBHENDU BARAL on April 12, 2019 Rating: 5

No comments:

Powered by Blogger.