କନକ ବ୍ୟୁରୋ : ବାଲିକୁଦା ଏରସମାରେ ଭୋଟ ଦେଉଛନ୍ତି ଭୋଟର । ନିଜର ବହୁମୂଲ୍ୟ ଭୋଟ ଦେଇ ଆଗାମୀ ୫ ବର୍ଷ ପାଇଁ ନେତା ବାଛୁଛନ୍ତି ମତଦାତା । ବାଲିକୁଦା ଓ ଏରସମା ବ୍ଳକକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଜଗତସିଂହପୁର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ୧୯୫୧ରେ ଗଠିତ ହୋଇଥିଲା ।
୨୦୧୯ର ଲଢେଇ
ବିଜେଡି: ରଘୁନନ୍ଦନ ଦାସ
କଂଗ୍ରେସ: ଲଲାଟେନ୍ଦୁ ମହାପାତ୍ର
ବିଜେପି: ଦାମୋଦର ରାଉତ
ବିଜେଡି: ରଘୁନନ୍ଦନ ଦାସ
– ୨୦୧୪ରେ ପରାଜିତ ( ସ୍ୱାଧୀନ ପ୍ରାର୍ଥୀ ) ( ତୃତୀୟ ସ୍ଥାନ )
– ବିଜେଡିରୁ ବିଜେପିରେ ସାମିଲ ହୋଇଥିଲେ
– ୨୦୧୯ରେ ପୁଣି ବିଜେଡିକୁ ଫେରିଲେ
କଂଗ୍ରେସ: ଲଲାଟେନ୍ଦୁ ମହାପାତ୍ର
– ପୂର୍ବତନ ବିଧାୟକ ( ୧୯୯୫ )
– ୨୦୧୪ରେ ପରାଜିତ
– ଡାକ୍ତରରୁ ରାଜନୀତି
– ୩ଥର ବିଧାୟକ ତଥା ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କ ପୁଅ
ବିଜେପି: ଦାମୋଦର ରାଉତ
– ୭ଥର ବିଧାୟକ ( ବିଜେଡି )
– ପୂର୍ବତନ ମନ୍ତ୍ରୀ ( ଅବକାରୀ, କୃଷି, ସମବାୟ )
– ପୂର୍ବତନ ବିଜେଡି ଉପସଭାପତି
– ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପିରେ ସାମିଲ
୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୩୩ ହଜାର ୫୩୮
– ମତ ଦେଇଥିଲେ – ୧ ଲକ୍ଷ ୮୧ ହଜାର ୮୯୫
– ଭୋଟଦାନ ହାର – ୭୭.୮୯%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପ୍ରଶାନ୍ତ କୁମାର ମୁଦୁଲି ବିଜେଡି ୬୯.୩୩୫ ୩୮.୧୨% ବିଜୟୀ
ଲଲାଟେନ୍ଦୁ ମହାପାତ୍ର କଂଗ୍ରେସ ୩୯,୯୮୧ ୨୧.୯୮% ପରାସ୍ତ
ଚିତ ରଂଜନ କଂସ ବିଜେପି ୩,୭୨ ୪ ୨.୦୫% ପରାସ୍ତ
ରଘୁନନ୍ଦନ ଦାସ ସ୍ୱାଧୀନ ୩୨,୧୩୫ ୧୭.୬୭% ପରାସ୍ତ
ସାରଦା ପ୍ରସନ୍ନ ଜେନା ସ୍ୱାଧୀନ ୨୩୯୪୮ ୧୩.୧୭% ପରାସ୍ତ
କିଏ ମାରିଥିଲା ବାଜି?
– ବିଜେଡିର ପ୍ରଶାନ୍ତ କୁମାର ମୁଦୁଲି ନିର୍ବାଚନ ଜିତିଥିଲେ
– ୬୯ ହଜାର ୩୩୫ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଲଲାତେନ୍ଦୁ ମହାପାତ୍ରଙ୍କୁ ପରାସ୍ତ କରିଥିଲେ
– ୨୯ ହଜାର ୩୫୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୫ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
from Kanak News http://bit.ly/2ZEnRtf http://bit.ly/2UNhwrx
No comments: