ଭୋଟରଙ୍କ ହାତରେ ନେତାଙ୍କ ଭାଗ୍ୟ ! ଉମରକୋଟରେ ଚାଲିଛି ନିର୍ବାଚନୀ ଯୁଦ୍ଧ, ବିଧାୟକ ହୋଇ ବିଜୟ ଟୀକା ପିନ୍ଧିବ କିଏ ? Kanak News

କନକ ବ୍ୟୁରୋ : ଆଜି ଜନତାଙ୍କ ହାତରେ ନେତାଙ୍କ ଭାଗ୍ୟ । ଭୋଟ ଦେଇ ବିଧାୟକ ବାଛୁଛନ୍ତି ଭୋଟର । ପ୍ରଥମ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଉମରକୋଟ ବିଧାନସଭା ଆସନ ପାଇଁ ବିଧାୟକ ବାଛୁଛନ୍ତି ମତଦାତା । ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ଉମରକୋଟ ଏନଏସି, ରାଇଘର ବ୍ଲକ୍ ଓ ଉମରକୋଟ ବ୍ଲକର ୮ଟି ଗ୍ରାମ ପଂଚାୟତକୁ ନେଇ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ଉମରକୋଟ ଏନଏସି ଓ ଉମରକୋଟ ବ୍ଳକ୍ ବିଜେଡି କବଜାରେ ରହିଛି । ଅନ୍ୟପଟେ ରାଇଘର ବ୍ଲକ୍ ବିଜେପି ଦଖଲରେ ରହିଛି ।

୨୦୧୯ର ଲଢେଇ
ବିଜେଡି: ସୁବାସ ଗଣ୍ଡ
କଂଗ୍ରେସ: ଯୋଶଦାରାଣୀ ଗଣ୍ଡ
ବିଜେପି: ନିତ୍ୟାନନ୍ଦ ଗଣ୍ଡ

ବିଜେଡି: ସୁବାସ ଗଣ୍ଡ
– ପୂର୍ବତନ ବିଧାୟକ ( ୨୦୧୪)
– ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି

କଂଗ୍ରେସ: ଯୋଶଦାରାଣୀ ଗଣ୍ଡ
– ୨୦୧୪ ବିଧାୟକ ପ୍ରାର୍ଥୀ ଯତୀନ୍ଦ୍ରନାଥ ଗଣ୍ଡଙ୍କ ପତ୍ନୀ
– ପ୍ରଥମଥର ପାଇଁ ନିର୍ବାଚନ ଲଢୁଛନ୍ତି

ବିଜେପି: ନିତ୍ୟାନନ୍ଦ ଗଣ୍ଡ
– ଗତ ନିର୍ବାଚନରେ ହାରିଥିଲେ
– ପୁଣି ଟିକେଟ୍ ଦେଇଛି ବିଜେପି
– ଓକିଲାତିରୁ ରାଜନୀତି

ମୈଦାନରେ ମହିଳା ପ୍ରାର୍ଥୀ
– ଯୋଶଦାରାଣୀ ଗଣ୍ଡ ( କଂଗ୍ରେସ)

ମୁହାଁମୁହିଁ ପ୍ରାର୍ଥୀ
– ଦ୍ୱିତୀୟ ଥର ପାଇଁ ଲଢୁଛନ୍ତି ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁବାସ ଗଣ୍ଡ
– ବିଧାୟକ ପ୍ରାର୍ଥୀ ଯତୀନ୍ଦ୍ରନାଥ ଗଣ୍ଡଙ୍କ ପତ୍ନୀ ଯୋଶଦାରାଣୀ ଗଣ୍ଡଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ
– ଗତଥର ହାରିଥିବା ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି

ଉମରକୋଟ ବିଧାନସଭା ଆସନ
– ୧୯୯୫ ଏବଂ ୨୦୦୦ରେ ପରମା ପୂଜାରୀ ୨ ଥର କଂଗ୍ରେସରୁ ବିଧାୟକ ଥିଲେ
– ୨୦୦୪ରେ ବିଜେପି ପ୍ରାର୍ଥୀ ଧରମୁ ଗଣ୍ଡ ବିଧାୟକ ହୋଇଥିଲେ
– ୨୦୦୯ ଏବଂ ୨୦୧୪ରେ ବିଜେଡି ଉମରକୋଟ ବିଧାନସଭା ଆସନ ଜିତିଛି

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ଲକ୍ଷ ୭୪ ହଜାର ୨୧୨
– ମତ ଦେଇଥିଲେ – ୧ ଲକ୍ଷ ୩୫ ହଜାର ୯୪୩
– ଭୋଟଦାନ ହାର – ୭୮.୦୩%

୨୦୧୪ର ଫଳାଫଳ
ପ୍ରାର୍ଥୀ                        ଦଳ                  ଭୋଟ             ପ୍ରତିଶତ            ଫଳାଫଳ
ସୁବାଷ ଗଣ୍ଡ                 ବିଜେଡି              ୫୦,୫୦୦       ୩୭.୧୫%       ବିଜୟୀ
ଯତୀନ୍ଦ୍ର ନାଥ ଗଣ୍ଡ           କଂଗ୍ରେସ            ୩୯,୯୭୮       ୨୯.୪୧%       ପରାସ୍ତ
ନିତ୍ୟାନନ୍ଦ ଗଣ୍ଡ               ବିଜେପି            ୨୧,୩୫୧        ୧୫.୭୧%        ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ସୁବାଷ ଗଣ୍ଡ
ଦଳ – ବିଜେଡି
ଭୋଟ – ୫୦,୫୦୦
ପ୍ରତିଶତ – ୩୭.୧୫%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ନିତ୍ୟାନନ୍ଦ ଗଣ୍ଡ
ଦଳ – ବିଜେପି
ଭୋଟ – ୨୧,୩୫୧
ପ୍ରତିଶତ – ୧୫.୭୧%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଯତୀନ୍ଦ୍ର ନାଥ ଗଣ୍ଡ
ଦଳ – କଂଗ୍ରେସ
ଭୋଟ – ୩୯,୯୭୮
ପ୍ରତିଶତ – ୨୯.୪୧%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ସୁବାସ ଗଣ୍ଡ ଜିତିଥିଲେ
– ୫୦ ହଜାର ୫୦୦ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଯତୀନ୍ଦ୍ର ନାଥ ଗଣ୍ଡଙ୍କୁ ପରାସ୍ତ କରିଥିଲେ
– ୧୦ ହଜାର ୫୨୨ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୫ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୫ ହଜାର ୬୦୬
– ମତ ଦେଇଥିଲେ – ୧ ଲକ୍ଷ ୦୯ ହଜାର ୧୮୭
– ଭୋଟଦାନ ହାର – ୭୦.୧୭%

୨୦୦୯ର ଫଳାଫଳ
ପ୍ରାର୍ଥୀ                                ଦଳ           ଭୋଟ              ପ୍ରତିଶତ           ଫଳାଫଳ
ଜଗବନ୍ଧୁ ମାଝୀ                     ବିଜେଡି         ୪୪,୩୨୬       ୪୦.୬୦%      ବିଜୟୀ
ପରମା ପୂଜାରୀ                    କଂଗ୍ରେସ        ୨୫,୫୧୨       ୨୩.୩୭%      ପରାସ୍ତ
ଧରମୁ ଗଣ୍ଡ                         ବିଜେପି         ୩୦,୧୫୫        ୨୭.୬୨%     ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଜଗବନ୍ଧୁ ମାଝୀ
ଦଳ – ବିଜେଡି
ଭୋଟ – ୪୪,୩୨୬
ପ୍ରତିଶତ – ୪୦.୬୦%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଧରମୁ ଗଣ୍ଡ
ଦଳ – ବିଜେପି
ଭୋଟ – ୩୦,୧୫୫
ପ୍ରତିଶତ – ୨୭.୬୨%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ପରମା ପୂଜାରୀ
ଦଳ – କଂଗ୍ରେସ
ଭୋଟ – ୨୫,୫୧୨
ପ୍ରତିଶତ – ୨୩.୩୭%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ଜଗବନ୍ଧୁ ମାଝୀ ବିଜୟୀ ହୋଇଥିଲେ
– ୪୪ ହଜାର ୩୨୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ଧରମୁ ଗଣ୍ଡଙ୍କୁ ପରାସ୍ତ କରିଥିଲେ
– ୧୪ ହଜାର ୧୭୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୨ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ ତିନି ଦଳ ପ୍ରାର୍ଥୀ ବଦଳାଇଥିଲେ
– ଜଗବନ୍ଧୁ ମାଝୀଙ୍କ ଦେହାନ୍ତ ପରେ ତାଙ୍କ ଡ୍ରାଇଭର ସୁବାଷ ଗଣ୍ଡଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି
– ଧରମୁ ଗଣ୍ଡଙ୍କ ସ୍ଥାନରେ ନିତ୍ୟାନନ୍ଦ ଗଣ୍ଡଙ୍କୁ ବିଜେପି ପ୍ରାର୍ଥୀ କରିଥିଲା
– କଂଗ୍ରେସ, ପରମା ପୂଜାରୀଙ୍କ ବଦଳରେ ଯତୀନ୍ଦ୍ରନାଥ ଗଣ୍ଡଙ୍କୁ ପ୍ରାର୍ଥୀ କରିଥିଲା



from Kanak News http://bit.ly/2VCkIaV http://bit.ly/2D8Qhlz
ଭୋଟରଙ୍କ ହାତରେ ନେତାଙ୍କ ଭାଗ୍ୟ ! ଉମରକୋଟରେ ଚାଲିଛି ନିର୍ବାଚନୀ ଯୁଦ୍ଧ, ବିଧାୟକ ହୋଇ ବିଜୟ ଟୀକା ପିନ୍ଧିବ କିଏ ? Kanak News ଭୋଟରଙ୍କ ହାତରେ ନେତାଙ୍କ ଭାଗ୍ୟ ! ଉମରକୋଟରେ ଚାଲିଛି ନିର୍ବାଚନୀ ଯୁଦ୍ଧ, ବିଧାୟକ ହୋଇ ବିଜୟ ଟୀକା ପିନ୍ଧିବ କିଏ ? Kanak News Reviewed by SUBHENDU BARAL on April 11, 2019 Rating: 5

No comments:

Powered by Blogger.