ରିଲାଏନ୍ସ ଜିଓ ଆଣିଲା ‘ଜିଓ ନ୍ୟୁଜ୍’ ଆପ୍, ଏହି ଆପ୍ ଜରିଆରେ ଗ୍ରାହକ ପାଇପାରିବେ ତାଜା ଖବର

ମୁମ୍ବାଇ ୧୨|୪: ଜିଓ ପକ୍ଷରୁ ଜିଓ ନ୍ୟୁଜ୍ ଉନ୍ମୋଚନ କରାଯାଇଛି । ଏହାକୁ ଡବ୍ଲୁଡବ୍ଲୁଡବ୍ଲୁ.ଜିଓନ୍ୟୁଜ୍.କମ୍ ରେ ଉପଲବ୍ଧ । ଏହି ଆପ୍ କୁ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ୍ ଷ୍ଟୋରରେ ଗ୍ରାହକଙ୍କ ବ୍ୟବହାର ପାଇଁ ଡାଉନଲୋଡ୍ କରିବା ପାଇଁ ଉପଲବ୍ଧ ହୋଇଛି ।

ଗ୍ରାହକମାନେ ଯାତାୟାତ କରୁଥିବା ସମୟରେ ସବୁ ଘଟଣାର ତାଜା ସୂଚନାକୁ ଜିଓ ନ୍ୟୁଜ୍ ଜରିଆରେ ପାଇପାରିବେ । ଜିଓ ନ୍ୟୁଜ୍ ଜରିଆରେ ବ୍ୟବହାରକାରୀମାନେ ତାଜା ଖବର, ଲାଇଭ ଟିଭି, ଭିଡିଓ, ପତ୍ରିକା, ସମ୍ବାଦପତ୍ର ଏବଂ ଆହୁରି ଅନେକ କିଛି ପାଇପାରିବେ ।

ଜିଓ ନ୍ୟୁଜ୍ ନିଜ ବ୍ୟବହାରକାରୀମାନଙ୍କୁ ୧୨ରୁ ଅଧିକ ଭାରତୀୟ ଭାଷାରୁ ପ୍ରାଥମିକତା ଚୟନ କରି ତାହାକୁ ପଢ଼ିବାର ନିଜସ୍ବ ଅନୁଭବ ପ୍ରଦାନ କରିବାର ସଠିକ୍ କ୍ଷମତା ପ୍ରଦାନ କରୁଛି  । ପ୍ରତିଟି କ୍ଷଣ ତାଜା ଖବର (ବ୍ରେକିଂ ନିଉଜ) ସହିତ , ୧୫୦ରୁ ଅଧିକ ଲାଇଭ ଚ୍ୟାନେଲ, ୮୦୦ରୁ ଅଧିକ ପତ୍ରିକା, ୨୫୦ରୁ ଅଧିକ ସମ୍ବାଦପତ୍ର, ଲୋକପ୍ରିୟ ବ୍ଲଗ ଓ ଭାରତ ଏବଂ ଦୁନିଆ ସାରାର ଖବର ୱେବସାଇଟ୍ ଜିଓ ନ୍ୟୁଜ୍ ରେ ଉପଲବ୍ଧ ହେବ ଏବଂ ଖୁବଶୀଘ୍ର ବହୁତ ଭଲ ବିଷୟବସ୍ତୁ (କନଟେଂଟ) ପ୍ରଦାନ କରାଯିବ । ବ୍ୟବହାରକାରୀମାନେ ରାଜନୀତି, ଖେଳ ମନୋରଂଜନ, ବ୍ୟବସାୟ, ଉଦ୍ୟୋଗ, ଜୀବନଶେଳୀ, ଫେସନ, କ୍ୟାରିଅର, ସ୍ବାସ୍ଥ୍ୟ, ଜ୍ୟୋତିଷ, ଆର୍ଥିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ନିଜ ପସନ୍ଦର କ୍ଷେତ୍ର ଚୟନ କରି ହୋମ ପେଜକୁ ସମ୍ପୂର୍ଣ୍ଣ ରୂପେ ନିଜକୁ ସୁହାଇବା ଭଳି କରିପାରିବେ  । ଏଆଇ ଓ ଏମଏଲ ପ୍ରଯୁକ୍ତି ସହିତ ସମନ୍ବିତ କରାଯିବା ସହିତ ଜିଓ ନିଉଜ ହଜାର ହଜାର ଉତ୍ସକୁ ଖୋଜି ନିଜ ବ୍ୟବହାରକାରୀଙ୍କ ଉପଯୋଗ ଲାଗି ସବୁଠୁ ଉପଯୋଗୀ ବିଷୟବସ୍ତୁ ପ୍ରସ୍ତୁତ କରୁଛି  ।

ଜିଓ ନିଉଜ ହେଉଛି ଜିଓ ଏକ୍ସପ୍ରେସ ନିଉଜ, ଜିଓମ୍ୟାଗସ, ଏବଂ ଜିଓ ନିଉଜପେପର୍ସର ଏକ ସମ୍ମିଳିତ ଉପସ୍ଥାପନା ଯାହା ସହିତ ଏବେ ଲାଇଭ ଟିଭି ଏବଂ ଭିଡିଓର ଅତିରିକ୍ତ ଉପସ୍ଥାପନ ରହିଛି । ଏହି ଆପ୍ ଗୁଡ଼ିକର ସମସ୍ତ ବ୍ୟବହାରକାରୀମାନଙ୍କୁ ଜିଓ ନିଉଜକୁ ସ୍ଥାନାନ୍ତରିତ କରାଯିବ ଏବଂ ସେମାନେ ଜିଓ ନିଉଜ ସହିତ କନଟେଂଟର ବ୍ୟବହାର ଜାରି ରଖିପାରିବେ । ଜିଓ ବ୍ୟବହାରକାରୀଙ୍କ ପାଇଁ ଜିଓ ନିଉଜ ଆପର ସମସ୍ତ ସୁବିଧାକୁ ହାସଲ କରିବାର ପ୍ରାଥମିକତା ରହିବ । ଅଣ ଜିଓ ଗ୍ରାହକମାନେ ପରୀକ୍ଷଣ ସମୟରେ କେବଳ ଲଗ ଇନ କରି ଆପର ସମସ୍ତ ସୁବିଧା ଏବଂ ବେଶିଷ୍ଟ୍ୟର ବ୍ୟବହାର କରିପାରିବେ ।



from News7 http://bit.ly/2G5x9p6
ରିଲାଏନ୍ସ ଜିଓ ଆଣିଲା ‘ଜିଓ ନ୍ୟୁଜ୍’ ଆପ୍, ଏହି ଆପ୍ ଜରିଆରେ ଗ୍ରାହକ ପାଇପାରିବେ ତାଜା ଖବର ରିଲାଏନ୍ସ ଜିଓ ଆଣିଲା ‘ଜିଓ ନ୍ୟୁଜ୍’ ଆପ୍, ଏହି ଆପ୍ ଜରିଆରେ ଗ୍ରାହକ ପାଇପାରିବେ ତାଜା ଖବର Reviewed by SUBHENDU BARAL on April 12, 2019 Rating: 5

No comments:

Powered by Blogger.