ଭୁବନେଶ୍ବର ୧୧|୪ : ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡିଶା ଓ ଉତ୍ତର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ରାଜସ୍ଥାନରୁ ପୂର୍ବ ମଧ୍ୟପ୍ରଦେଶ ଉପର ଦେଇ ଏକ ଟ୍ରପ୍ ଲାଇନ୍ ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ସେହିପରି ପଶ୍ଚିମ ଆସାମରୁ ପଶ୍ଚିମବଙ୍ଗ ଉପର ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଉତ୍ତର ଓଡିଶାରେ ମଧ୍ୟ ବର୍ଷା ହେବ । ଗତ ୨୪ ଘଣ୍ଟା ମଧ୍ୟରେ ଟିଟିଲାଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି । ଟିଟିଲାଗଡରେ ତାପମାତ୍ରା ୪୧.୫ ଡିଗ୍ରି ସେଲସିୟସ ରେକର୍ଡ କରିଛି ପାଣିପାଗ ବିଭାଗ । ରାଜ୍ୟର ୫ ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି ।
from News7 http://bit.ly/2G5s1RL
ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ
Reviewed by SUBHENDU BARAL
on
April 11, 2019
Rating:
No comments: