ବିଜେଡିରେ ମିଶିଲେ ଆନନ୍ଦପୁର ପୂର୍ବତନ ବିଧାୟକ । ବିଜେପି ଟିକେଟ୍ ପ୍ରତ୍ୟାଖାନ କରି ବିଜେଡିରେ ସାମିଲ ହେଲେ ଭାଗିରଥୀ ସେଠୀ । Kanak News

କନକ ବ୍ୟୁରୋ: ବିଜେଡିରେ ମିଶିଲେ ବିଜେପି ଆନନ୍ଦପୁର ପ୍ରାର୍ଥୀ ଭାଗୀରଥୀ ସେଠୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ପୂର୍ବତନ ବିଧାୟକ ଭାଗିରଥୀ ସେଠୀ । ତେବେ ଆନନ୍ଦପୁର ପୂର୍ବତନ ବିଧାୟକ ଭାଗିରଥୀଙ୍କୁ ଚଳିତ ନିର୍ବାଚନରେ ଏହି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । କିନ୍ତୁ ଭାଗିରଥୀଙ୍କ କହିବା ମୁତାବକ, ସ୍ଥାନୀୟ ବିଜେପିର ପୁରୁଣା ନେତାମାନେ ତାଙ୍କୁ ସମର୍ଥନ ନକରି ଷଡ଼ଯନ୍ତ୍ର କରୁଥିଲେ । ତେଣୁ ମୁଁ ନିଜକୁ ସୁରକ୍ଷିତ ଭାବିଲି ନାହିଁ ତେଣୁ ବିଜେପି ଛାଡ଼ିଲି । ଏବଂ ମୋ ପୁରୁଣା ଘର ବିଜେଡିକୁ ଫେରିଲି ।

୨୦୦୯ ସାଧାରଣ ନିର୍ବାଚନରେ ଭାଗିରଥୀ ଏଠାରୁ ବିଜେଡି ଟିକଟେ୍ ପାଇ ନିର୍ବାଚନ ଲଢ଼ି ବିଜୟ ତିଳକ ପିନ୍ଧିଥିଲେ । କିନ୍ତୁ ଚଳିତଥର ବିଜେପି ତରଫରୁ ଟିକେଟ୍ ପାଇବାପରେ ଦଳୀୟ ନେତାଙ୍କ ଅସନ୍ତୋଷ ବଢୁଥିବାରୁ ବିଜେପି ଟିକେଟକୁ ପ୍ରତ୍ୟାଖାନ କରିଛନ୍ତି ଭାଗିରଥୀ । ତେବେ ଆଗାମୀ ନିର୍ବାଚନରେ ବିଜେଡି ତରଫରୁ ଟିକେଟ ପାଇବା ନେଇ ଭାଗିରଥୀ କହିଛନ୍ତି ଯେ, ମୁଁ ମୋ ପୁରୁଣା ପରିବାରକୁ ଫେରିଛି କିନ୍ତୁ ଟିକେଟ୍ ପାଇବା ଆଶାରେ ମୁଁ ନାହିଁ । ସୁପ୍ରିମୋ ଯାହା ନିଷ୍ପତି ନେବେ ତାହାକୁ ସମ୍ମାନ ଜଣାଇବି ବୋଲି ଭାଗିରଥୀ କହିଛନ୍ତି ।



from Kanak News https://ift.tt/2U8G4A9 https://ift.tt/2uBgkNe
ବିଜେଡିରେ ମିଶିଲେ ଆନନ୍ଦପୁର ପୂର୍ବତନ ବିଧାୟକ । ବିଜେପି ଟିକେଟ୍ ପ୍ରତ୍ୟାଖାନ କରି ବିଜେଡିରେ ସାମିଲ ହେଲେ ଭାଗିରଥୀ ସେଠୀ । Kanak News ବିଜେଡିରେ ମିଶିଲେ ଆନନ୍ଦପୁର ପୂର୍ବତନ ବିଧାୟକ । ବିଜେପି ଟିକେଟ୍ ପ୍ରତ୍ୟାଖାନ କରି ବିଜେଡିରେ ସାମିଲ ହେଲେ ଭାଗିରଥୀ ସେଠୀ । Kanak News Reviewed by SUBHENDU BARAL on March 29, 2019 Rating: 5

No comments:

Powered by Blogger.