ନୂଆଦିଲ୍ଲୀ ୧|୩: ଭାରତୀୟ ବାୟୁସେନା ପାଇଲଟ୍ ଅଭିନନ୍ଦନଙ୍କୁ ଛାଡିବା ପାଇଁ ଶେଷରେ ଘୋଷଣା କରିଛି ପାକିସ୍ତାନ । ଆଜି ଅଭିନନ୍ଦନ ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି। ଅଭିନନ୍ଦନଙ୍କୁ ଛାଡିବା ଘୋଷଣା ପରେ ନବଜୋତ ସିଂ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ପ୍ରଶଂସା କରିଛନ୍ତି । ଶାନ୍ତି ପାଇଁ ଇମ୍ରାନ ଉଠାଇଥିବା ପଦକ୍ଷେପ ପ୍ରଶଂସାରଯୋଗ୍ୟ। ଏହାସହ ଇମ୍ରାନଙ୍କୁ ‘ଶାନ୍ତିର ମସିହା’ ବୋଲି ଦର୍ଶାଇଛନ୍ତି ସିଦ୍ଧୁ। ସିଦ୍ଧୁଙ୍କ ଏହି ବକ୍ତବ୍ୟ ଦେଶରେ ପୁଣିଥରେ ବିବାଦ ସୃଷ୍ଟି କରିଛି।
ନବଜୋତ ସିଂ ସିଦ୍ଧୁ ଟୁଇଟ କରି କହିଛନ୍ତି, ପ୍ରତ୍ୟେକଟି ଭଲ କାମ ନିଜ ପାଇଁ ରାସ୍ତା ନିଜେ ବନାଇ ଥାଏ। ଆପଣଙ୍କ ଏହି ଗୋଟିଏ ଭଲ ନିଷ୍ପତ୍ତି ହେତୁ କୋଟି କୋଟି ଲୋକେ ଖୁସି ହୋଇଛନ୍ତି । ଏହି ନିଷ୍ପତ୍ତିକୁ ନେଇ ଦେଶ ତଥା ଅଭିନନ୍ଦନଙ୍କ ଘରେ ଖୁସି ଲହରି ଦେଖିବାକୁ ମିଳିଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଘୋଷଣା କରିଛନ୍ତି ଯେ, ଭାରତୀୟ ବାୟୁସେନାର ଧରାପଡିଥିବା ପାଇଲଟ ଅଭିନନ୍ଦନଙ୍କୁ ‘ଶାନ୍ତି ପ୍ରତିଷ୍ଠା’ ଆଧାରରେ ଶୁକ୍ରବାର ଭାରତ ଛାଡି ଦିଆଯିବ। ଅଭିନନ୍ଦନଙ୍କୁ ଛାଡିବା ନେଇ ପାକିସ୍ତାନୀ ସଂସଦରେ ଘୋଷଣା କରିଥିଲେ ଇମ୍ରାନ ଖାନ୍ । ତାଙ୍କ ଘୋଷଣା ପରେ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି କହିଥିଲେ ଦୁଇ ଦେଶ ମଧ୍ୟରେ ତିକ୍ତତା କମାଇବା ପାଇଁ ଭାରତ ସହ କଥାବାର୍ତ୍ତା ହେବା ପାଇଁ ପ୍ରସ୍ତୁତ ଅଛୁ ।
from News7 https://ift.tt/2Uerh2J
No comments: