ଭାରତ-ଅଷ୍ଟ୍ରେଲିଆ ହାଇଭୋଲ୍ଟଟେଜ୍ ଟକ୍କର ! ଭାରତ ପାଇଁ ‘କର ବା ମର’ ସ୍ଥିତି, ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି । Kanak News
କନକ ବ୍ୟୁରୋ : ବାଙ୍ଗାଲୋରର ଏମ. ଚିନାସ୍ୱାମୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ପରେ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବ ଭାରତ । ରୋମାଞ୍ଚଭରା ପ୍ରଥମ ଟି-ଟ୍ୱେଣ୍ଟିରେ ଶେଷ ବଲରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେବେ ଆଜିର ମ୍ୟାଚ୍ ଭାରତ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି । କାରଣ ୨୦୦୮ ମସିହା ପରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ଟ୍ୱେଣ୍ଟି-୨୦ ଶୃଙ୍ଖଳା ହାରିନାହିଁ ଭାରତ । ଏବେ କିନ୍ତୁ ଏହି ଧାରା ଅଟକିବାର ଆଶଙ୍କା ସୃଷ୍ଟି ହୋଇଛି ।
ତେବେ ସିରିଜରେ ୧-୦ରେ ପଛୁଆ ଥିବାରୁ ଆଜିର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ମ୍ୟାଚ ହାରିଲେ ଭାରତ ୨-୦ ଶୃଙ୍ଖଳା ହାରିବ ଆଉ ଆଜି ମ୍ୟାଚରେ ବିଜୟର ସ୍ୱଦ ଚାଖିଲେ ୧-୧ରେ ଶୃଙ୍ଖଳା ଶେଷ ହେବ । ବିଶାଖାପାଟଣାରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ତାରକା ଖଚିତ ଭାରତୀୟ ବ୍ୟାଟିଂକ୍ରମ ଅପ୍ରତ୍ୟାଶିତ ଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବାଙ୍ଗାଲୋରରେ ଭାରତକୁ ଏହି ଭୁଲ ସୁଧାରିବାକୁ ହେବ । ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନମାନଙ୍କୁ ଅଧିକ ଦାୟିତ୍ୱବାନ୍ ହେବାକୁ ପଡିବ । ଆଜିର ମ୍ୟାଚରେ ପାଗ ଶୁଖିଲା ଥିବାରୁ, ପିଚ୍ ମଧ୍ୟ ବ୍ୟାଟ୍ସମ୍ୟାନ ମାନଙ୍କୁ ସୁହାଇବ । ଏହି ପିଚରେ ବଡ ସ୍କୋର ମଧ୍ୟ ଦେଖିବାକୁ ମିଳିପାରେ ।
ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ରୋହିତ ଶର୍ମା, ଋଷଭ ପନ୍ଥ, ମହେନ୍ଦ୍ର ସିଂହ ଧୋନୀ, ଦୀନେଶ କାର୍ତ୍ତିକ, କୃର୍ଣ୍ଣାଲ ପାଣ୍ଡ୍ୟା, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ମୟଙ୍କ ମାର୍କଣ୍ଡେୟ, ଯଶପ୍ରୀତ ବୁମରା ।
from Kanak News https://ift.tt/2EAVNOO https://ift.tt/2Ny5iBd
No comments: