ଜେଟଲୀଙ୍କ ବଡ଼ ବୟାନ ! ପାକିସ୍ତାନରେ ପଶି ଆମେରିକା ଯଦି ଲାଦେନକୁ ମାରିପାରୁଛି, ଆମେ କାହିଁକି ନୁହେଁ Kanak News

ARUN JEITLY

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ସୀମାରେ ଉତ୍ତେଜନା ଜାରି ରହିଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟତୀତ ଦେଶର ଶୀର୍ଷସ୍ତରୀୟ ଗୁଇନ୍ଦା ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ପାକିସ୍ତାନକୁ କଡ଼ା ଜବାବ ଦେବାପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।

ଦେଶରେ ସ୍ଥିତି ଘଡ଼ିକୁ ଘଡ଼ି ପରିବର୍ତ୍ତନ ହେଉଛି । ଉଭୟ ଦେଶରେ ଉତ୍ତେଜନା ସ୍ଥିତି ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଆଜିର ପରିସ୍ଥିତିରେ ସବୁ କିଛି ସମ୍ଭବ । ଆମେରିକା ଯଦି ପାକିସ୍ତାନରେ ପ୍ରବଶେ କରି ଅଲକାଏଦା ମୁଖ୍ୟ ଓସମା ବିନ ଲାଦେନକୁ ମାରିପାରୁଛି, ଆମେ କାହିଁକି ନୁହେଁ । ଜେଟଲୀଙ୍କ ଏହି ବୟାନର ଅନେକ ଅର୍ଥ ବାହାରୁଛି । ଏହାର ଅର୍ଥ ଭାରତ ପାକିସ୍ତାନ ଭିତରେ ପଶି ଜୈଶ ଠିକଣା ଉପରେ ବଡ଼ ଧରଣର ଆକ୍ରମଣ କରିବାର ସମ୍ଭାବନା ରହିଛି । ତେବେ ଆଗାମୀ ସମୟରେ ଭାରତ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେଉପରେ ସମସ୍ତଙ୍କ ନଜର ରହିଲା ।

ସେପଟେ ସୀମାରେ ସଜାଗ ସେନା ରହିଛି ସେନା । ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ କରାଯାଇଛି । ପଂଜାବ-ପଠାନକୋଟ ଜାତୀୟ ରାଜପଥରେ ପୋଲିସକୁ ହଟାଯାଇ ସେନା ମୁତୟନ କରାଯାଇଛି । ଆକ୍ରମଣ ଆଶଙ୍କା କରି ଦିଲ୍ଲୀରେ ରେଡ ଆଲର୍ଟ ଜାରି ହୋଇଛି ।



from Kanak News https://ift.tt/2Nwbx8F https://ift.tt/2zZ0luJ
ଜେଟଲୀଙ୍କ ବଡ଼ ବୟାନ ! ପାକିସ୍ତାନରେ ପଶି ଆମେରିକା ଯଦି ଲାଦେନକୁ ମାରିପାରୁଛି, ଆମେ କାହିଁକି ନୁହେଁ Kanak News ଜେଟଲୀଙ୍କ ବଡ଼ ବୟାନ ! ପାକିସ୍ତାନରେ ପଶି ଆମେରିକା ଯଦି ଲାଦେନକୁ ମାରିପାରୁଛି, ଆମେ କାହିଁକି ନୁହେଁ Kanak News Reviewed by SUBHENDU BARAL on February 27, 2019 Rating: 5

No comments:

Powered by Blogger.