ପୁଲିସ୍-ଓକିଲ ବିବାଦ ମାମଲା; ଆଜି ବି ଦାଖଲ ହୋଇପାରିଲାନି ଚାର୍ଜସିଟ୍‌ Rosalin Rath

କଟକ: ଆଜି ପୁଣି ଥରେ ହାଇକୋର୍ଟରେ ଦାଖଲ ହୋଇ ପାରିଲାନି ଚାର୍ଜସିଟ୍। ପୁଲିସ୍‌-ଓକିଲ ବିବାଦ ମାମଲାରେ ଆଜି ବି ଚାର୍ଜସିଟ୍ ଦାଖଲ କରିପାରିଲା ନାହିଁ କ୍ରାଇମ୍‌ବ୍ରାଞ୍ଚ। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଉ କିଛି ଦିନର ମହଲତ ମାଗିଛି।

ତେଣୁ ଏନେଇ ମାମଲାର ଶୁଣାଣି ଆସନ୍ତା ଗୁରୁବାରକୁ ଘୁଞ୍ଚିଛି। ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ମାମଲାର ଶୁଣାଣି ହେଉଛି।

ଗତକାଲି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ୍ ପକ୍ଷରୁ ଗତକାଲି ଚାର୍ଜସିଟ୍ ଦାଖଲ କରାଯାଇ ପାରିନଥିଲା। ତେଣୁ ଆଜି ସୁଦ୍ଧା ତଦନ୍ତର ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟ କ୍ରାଇମ୍‌ବ୍ରାଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେପଟେ ଏହି ମାମଲାରେ କୌଣସି ସମାଧାନ ହୋଇ ନ ପାରିବାରୁ ଆସନ୍ତାକାଲି ଯାଏ ହାଇକୋର୍ଟ ବାର୍‌ ଆସୋସିଏସନ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି।



from OTV Khabar https://ift.tt/2Fk4PST
ପୁଲିସ୍-ଓକିଲ ବିବାଦ ମାମଲା; ଆଜି ବି ଦାଖଲ ହୋଇପାରିଲାନି ଚାର୍ଜସିଟ୍‌ Rosalin Rath ପୁଲିସ୍-ଓକିଲ ବିବାଦ ମାମଲା; ଆଜି ବି ଦାଖଲ ହୋଇପାରିଲାନି ଚାର୍ଜସିଟ୍‌ Rosalin Rath Reviewed by SUBHENDU BARAL on November 13, 2018 Rating: 5

No comments:

Powered by Blogger.