ରାଫେଲ ଡିଲ୍‌ : ମୁହଁ ଖୋଲିଲେ ଦାସୋ ଏଭିଏସନ ସିଇଓ Pradesh Pratyush

ନୂଆଦିଲ୍ଲୀ : ରାଫେଲ ଡିଲକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଦାସୋ ଏଭିଏସନ ସିଇଓ ଏରିକ୍ ଟ୍ରାପିଏର। କଂଗ୍ରେସ ସଭାପତି ରାହୁଲ ଗାନ୍ଧି କରିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ କମ୍ପାନୀ ପକ୍ଷରୁ ରିଲାଏନ୍‌ସକୁ ଚୟନ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

ଅାସନ୍ତାବର୍ଷ ଡିସେମ୍ବର ମାସରେ ନିର୍ଦ୍ଧାରିତ ସମୟରେ ରାଫେଲ ଲଢୁଅା ବିମାନ ଯୋଗାଇ ଦିଅାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିସହ ଭାରତ ପକ୍ଷରୁ ନିବେଶ ହୋଇଥିବା ଅର୍ଥ ସିଧାସଳଖ ରିଲାଏନ୍‌ସ ନିକଟକୁ ଯିବନାହିଁ।  ଏହି ଅର୍ଥକୁ ଦାସୋ ଥିବା ଯୌଥ ଉଦ୍ୟୋଗରେ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି।

ଚୁକ୍ତି ପୂର୍ବରୁ କିମ୍ବା ପରେ ସେ କୌଣସି ମିଛ କହୁନାହାନ୍ତି ବୋଲି ସେ କହିଛନ୍ତି। କଂଗ୍ରେସ ସହିତ ତାଙ୍କ କମ୍ପାନୀର ଦୀର୍ଘ ଦିନରୁ ସମ୍ପର୍କ ରହିଥିଲେ ମଧ୍ୟ ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟ ତାଙ୍କୁ ଦୁଃଖିତ କରିଛି। ୧୯୫୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ସମୟରୁ ଭାରତ ସହ ତାଙ୍କ କମ୍ପାନୀ ଚୁକ୍ତି କରି ଅାସୁଛି। ଅନିଲ ଅମ୍ବାନିଙ୍କ ଦ୍ୱାରା ପ୍ରତିଷ୍ଠା ହୋଇ କ୍ଷତି ସହୁଥିବା ସଂସ୍ଥାରେ ଦାସୋ ପକ୍ଷରୁ ୨୮୪ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ।



from OTV Khabar https://ift.tt/2Fjk5zb
ରାଫେଲ ଡିଲ୍‌ : ମୁହଁ ଖୋଲିଲେ ଦାସୋ ଏଭିଏସନ ସିଇଓ Pradesh Pratyush ରାଫେଲ ଡିଲ୍‌ : ମୁହଁ ଖୋଲିଲେ ଦାସୋ ଏଭିଏସନ ସିଇଓ Pradesh Pratyush Reviewed by SUBHENDU BARAL on November 13, 2018 Rating: 5

No comments:

Powered by Blogger.