ପ୍ରଥମ ବିଶ୍ୱଯୁଦ୍ଧର ବିଜୟୀ ଭାରତୀୟ ସେନାପତି ଅରସାଲା ଖାନ୍

ଭାରତ ବ୍ରିଟିଶ ଶାସିତ ଥିଲା, କିନ୍ତୁ ସେହି ବ୍ରିଟିଶର୍ସଙ୍କ ଲାଗି ଅଭୂତପୂର୍ବ ବୀରତ୍ୱ ଓ ବଳିଦାନର ଉଦାହରଣ ଥିଲେ ଭାରତୀୟ ।ଶହେ ବର୍ଷ ତଳେ ସରିଥିଲା ସେହି ଭୟଙ୍କର ଯୁଦ୍ଧ । ଭାରତ ପରାଧୀନ ଥିଲେ ବି ଭାରତୀୟଙ୍କ ସେହି ବୀରତ୍ୱକୁ ଢାଙ୍କି ପାରି ନାହିଁ ଇତିହାସ । ଏପରି କିଛି ଅନାଲୋଚିତ ଘଟଣା ରହିଛି, ଯାହାକି କାହାଣୀ ଭଳି ଲାଗୁଥିଲେ ବି ସତ । ୧୯୧୪ରୁ ୧୯୧୮ ପ୍ରଥମ ବିଶ୍ୱଯୁଦ୍ଧ ହୋଇଥିଲା । ନଭେମ୍ବର ୧୧ତାରିଖ୧୯୧୮ ମସିହାରେ ଶେଷ । ସେହି ଯୁଦ୍ଧରେ ଭାରତୀୟଙ୍କ ଭୂମିକା ଥିଲା ଅସାଧାରଣ । ପ୍ରଥମ ବିଶ୍ୱଯୁଦ୍ଧରେ  ପାଖାପାଖି ୧ ନିୟୁତ ୩୦ ହଜାର ଭାରତୀୟ ସୈନୀକ ଲଢିଥିଲେ । କିନ୍ତୁ ପ୍ରାଣ ହରାଇଥିଲେ ସେମାନଙ୍କ ମଧ୍ୟରୁ ୭୪ ହଜାରରୁ ବେଶି ଯୋଦ୍ଧା । ଐତିହାସିକ ଜର୍ଜ ମର୍ଟନ ଜ୍ୟାକ୍‌ ଙ୍କ ପୁସ୍ତକରେ ଏପରି କିଛି ରୋଚକ ତଥ୍ୟ ରହିଛି । ଭରତୀୟ ସେନାର ସଂଖ୍ୟା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ,କାନାଡା, ଦକ୍ଷିଣ ଆଫ୍ରିକା ଏବଂ କ୍ୟାରବୀୟ ଦୀପପୁଞ୍ଜର ମୋଟ ସେନାର ୪ ଗୁଣ ଠାରୁ ବି ଥିଲା ଅଧିକ । ଭରତୀୟ ସେନାର ନେତୃତ୍ୱ ନେଉଥିଲେ ଆରସାଲା ଖାନ୍ । ୫୭ ୱାଇଲ୍ଡ ରାଇଫଲ୍ସର ନେତୃତ୍ୱ ନେଇ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଥିଲେ ଆରସାଲା । ୨୨ ଅକ୍ଟୋବର ୧୯୧୪ ମଧ୍ୟରାତ୍ରିରେ ଅରସାଲାଙ୍କ ସେନା ବେଲଜିୟମର ୱେଷ୍ଟର୍ଣ୍ମ ଫ୍ରଣ୍ଟରେ ସେଣ୍ଟ୍ରାଲ ଫୋର୍ସକୁ କରିଥିଲେ ଆକ୍ରମଣ । ଯୁଦ୍ଧକ୍ଷେତ୍ରରେ ବିଜୟୀ ଯୋଦ୍ଧା ଥିଲେ ଆରସାଲା ଖାନ୍ । ପ୍ରଥମ ବିଶ୍ୱଯୁଦ୍ଧ ପରେ  ବି ସେ ଥିଲେ ସକ୍ରିୟ । ପରେ ସେ ବ୍ରିଟିଶର୍ସଙ୍କ ଲାଗି ଫ୍ରାନ୍ସ, ଜର୍ମାନୀ, ପୂର୍ବ ଆଫ୍ରିକା ଓ ଭାରତରେ ବି କାର୍ଯ୍ୟ କରିଥିଲେ ।୧୯୧୯ ରେ ଲଣ୍ଡନ ପରେଡ୍‌ରେ ନିଜ ରେଜିମେଣ୍ଟର ନେତୃତ୍ୱ ବି ନେଇଥିଲେ ଆରସାଲା ଖାନ୍ । ସାଙ୍ଗରେ ଥିଲେ ବହୁ ଭାରତୀୟ ଭେଟେରାନ ଯୋଦ୍ଧା । ସେହି ପରେଡ କହିଥିଲା, ଭାରତୀୟଙ୍କ ବୀରତ୍ୱ ଓ ସାହସର ଗାଥା 



from News7 https://ift.tt/2T4LyYa
ପ୍ରଥମ ବିଶ୍ୱଯୁଦ୍ଧର ବିଜୟୀ ଭାରତୀୟ ସେନାପତି ଅରସାଲା ଖାନ୍ ପ୍ରଥମ ବିଶ୍ୱଯୁଦ୍ଧର ବିଜୟୀ ଭାରତୀୟ ସେନାପତି ଅରସାଲା ଖାନ୍ Reviewed by SUBHENDU BARAL on November 12, 2018 Rating: 5

No comments:

Powered by Blogger.