କଟକ ୧୩|୧୧: ଆଜି ହାଇକୋର୍ଟରେ ଆଇନଜୀବୀ ଓ ପୋଲିସ ମଧ୍ୟରେ ବିବାଦ ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି ଘୁଞ୍ଚାଇ ଦେଇଛନ୍ତି ହାଇକୋର୍ଟ । ଚାର୍ଜସିଟ୍ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ମହଲତ ମାଗିବାରୁ ଶୁଣାଣି ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୧୫ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାରୁ କୋର୍ଟ କହିଛନ୍ତି । ଆଜି ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିଥାଆନ୍ତା କ୍ରାଇମବ୍ରାଞ୍ଜ । ଗତକାଲି କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିପାରିନଥିବାରୁ ଶୁଣାଣି ହୋଇପାରିନଥିଲା । ଆଜି ସୁଦ୍ଧା ଚୂଡାନ୍ତ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ସହ କନଷ୍ଟେବଳଙ୍କ ନିଲମ୍ବନ ପ୍ରତ୍ୟାହାର ନକରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।
ସେପଟେ ଗତକାଲି ହାଇକୋର୍ଟ ବାର୍ ଆସୋସିଏସନ ବୈଠକରୁ ମଧ୍ୟ କିଛି ନିଷ୍କର୍ସ ବାହରିପାରିନଥିଲା । ଆସନ୍ତାକାଲି ଯାଏଁ ଆଇନଜୀବୀଙ୍କ ଆନ୍ଦୋଳନ ଚାଲିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଆଇନଜୀବୀ ଓ ପୋଲିସ ମଧ୍ୟରେ ବିବାଦ ପାଇଁ ପ୍ରାୟ ଅଢେଇ ମାସରୁ ଅଧିକ ହେବ କୋର୍ଟ କାମ ବନ୍ଦ ରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
from News7 https://ift.tt/2Puofcs
No comments: