
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭୀମପୁରରେ ଋଷିକୂଲ୍ୟା ନଦୀରେ ଭାସିଯାଇଥିବା ୨ ଭାଇଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଛି। ତାଙ୍କ ନାଁ ଶୁଭମ୍।
ଆଜି ସକାଳେ ଗାଁ ଠାରୁ କିଛି ଦୂରରେ ଶୁଭମ୍ର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।
ଗତକାଲି ଭୀମପୁର ଗାଁର ଗୌତମ ପ୍ରଧାନଙ୍କ ଦୁଇ ପୁଅ ସଂଗ୍ରାମ ଓ ଶୁଭମ୍ ନଦୀରେ ଗାଧୋଇବା ବେଳେ ଭାସିଯାଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଦିନ ତମାମ୍ ଖୋଜାଖୋଜି କରିଥିଲେ ବି ଉଦ୍ଧାର କରାଯାଇପାରିନଥିଲା। ଆଜି ସକାଳୁ ଶୁଭମ୍ଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ବଡ଼ ଭାଇ ସଂଗ୍ରାମ ନିଖୋଜ ଅଛନ୍ତି।
from OTV Khabar https://ift.tt/2D2QYy7
ଋଷିକୂଲ୍ୟା ନଦୀରେ ୨ ଭାଇ ଭାସିଯିବା ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର OTV KHABAR BUREAU
Reviewed by SUBHENDU BARAL
on
October 25, 2018
Rating:
No comments: