ପୁରୀ: ଗାନ୍ଧୀ ଜୟନ୍ତୀରୁ ପଲିଥିନ୍ ବ୍ୟାନ୍ ଘୋଷଣା ହୋଇଥିବାବେଳେ ଆଜି ଏହାର ଡେଡ୍ଲାଇନ୍ ପୂରିଛି। ଆସନ୍ତାକାଲିଠାରୁ ପଲିଥିନ ବ୍ୟାନ୍ ହେବ। ଆସନ୍ତାକାଲିଠାରୁ କଡ଼ାକଡ଼ି ଲାଗୁ ହେବ ନିୟମ। ପୁରୀ ସହ ୫ଟି ମହାନଗର ନିଗମରେ ଏହି ନିୟମ କଡ଼ାକଡ଼ି ପାଳନ କରାଯିବ।
ଆଇନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖାଯାଇଛି।
ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି, କିମ୍ବା ଇଣ୍ଡଷ୍ଟ୍ରି କରିଛନ୍ତି ସେମାନଙ୍କୁ ଜବତ କରାଯିବ।
ଦୋକାନରେ ବିକ୍ରି କଲେ ୩ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ।
ପଲିଥିନର ବିକଳ୍ପ ଭାବେ କାଗଜ ଓ କପଡ଼ା ବ୍ୟାଗ୍ କରାଯାଉଥିବା କହିଛନ୍ତି ପରିବେଶ ନିର୍ଦ୍ଦେଶକ କେ ମୁରୁଗେସନ୍।
ଘୋଷଣା ପରଠାରୁ ପ୍ରାୟ ୫୦ ପ୍ରତିଶତ ପଲିଥିନ୍ ବ୍ୟବହାର କମିଛି ବୋଲି ସେ ସୂଚନା ଦେଇଛନ୍ତି।
from OTV Khabar https://ift.tt/2yQuQUf
କାଲିଠାରୁ ପଲିଥିନ୍ ବନ୍ଦ, ନ ମାନିଲେ ଜରିମାନା OTV KHABAR BUREAU
Reviewed by SUBHENDU BARAL
on
October 31, 2018
Rating:
No comments: