
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ଼ ମାରିବା ଅଭିଯୋଗରେ ଫସିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଅନ୍ୟ ୧୧ ଜଣ ଆପ୍ ବିଧାୟକଙ୍କୁ ଆଜି ପଟିଆଲା ହାଉସ୍ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି।
ତେବେ କୋର୍ଟ କେଜ୍ରିୱାଲ ଓ ସିସୋଦିଆଙ୍କ ଯିବା ଆସିବା ଉପରେ କଟକଣା ଲଗାଇଛନ୍ତି। ମାଲାର ବିଚାର ନ ସରିବା ଯାଏ,ଉଭୟ ଦିଲ୍ଲୀ ବାହାରକୁ ଯିବାକୁ ଚାହିଁଲେ କୋର୍ଟଙ୍କ ଅନୁମତି ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ବର୍ଷ ଫେବୃଆରୀ ୧୯ ତାରିଖ ରାତିରେ ଦିଲ୍ଲୀ ମୁଖ୍ୟ ସଚିବ ଅଂଶୁ ପ୍ରକାଶ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲେ। ଏହି ସମୟରେ କୌଣସି ଏକ ବିଷୟକୁ ନେଇ କେଜ୍ରିୱାଲଙ୍କ ଉପସ୍ଥିତିରେ ୧୧ ଜଣ ବିଧାୟକ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଥିଲେ।
ଏହାର ପରଦିନ ପୁଲିସ୍ ମାମଲା ରୁଜୁ କରି ଆପ୍ ବିଧାୟକ ଅମ୍ମାଥୁଲ୍ଲା ଖାନ୍ ଓ ପ୍ରକାଶ ଜରୱାଲଙ୍କୁ ଗିରଫ କରିଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଉଭୟ ଜାମିନ୍ରେ ଖଲାସ ହୋଇଥିଲେ
from Odisha Reporter
No comments: