ଗାଡ଼ିକୁ ଗାଡ଼ି ଛୁଇଁଦେଲା ବୋଲି ମନ୍ତ୍ରୀଙ୍କ ପାଦ ଛୁଇଁଲେ ପୁଲିସ୍‌ କର୍ମଚାରୀ

କାନପୁର (ଓଡ଼ିଶା ରିପୋର୍ଟର): ପୁଲିସ୍‌ କର୍ମଚାରୀ ପିନ୍ଧୁଥିବା ଖାକି ପୋଷାକର ସମ୍ମାନ ବହୁ ଦିନ ଧରି ରହି ଆସିଛି। କିନ୍ତୁ ରାଜନେତାମାନେ ବାରମ୍ବାର ଏହାର ଅପମାନ କରୁଥିବାର ଘଟଣା ସାମ୍ନାକୁ ଆସୁଛି।

ଏହି କ୍ରମରେ ଉତ୍ତରପ୍ରଦେଶର କାନପୁରରେ ଏଭଳି ଏକ ଘଟଣା ଘଟିଛି ଯେଉଁଥିରେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀଙ୍କ ଗାଡ଼ିରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ଗାଡ଼ି ଘଷି ହୋଇଯିବାରୁ ପୁଲିସ୍‌ କର୍ମଚାରୀ ମନ୍ତ୍ରୀଙ୍କ ଗୋଡ଼ ଧରି କ୍ଷମା ମାଗିଛନ୍ତି। ଏକ ଗହଳି ରାସ୍ତାରେ ଯାଉଥିବା ସମୟରେ ଓଭରଟେକ୍‌ କରିବାର ପ୍ରୟାସ କରୁଥିବାବେଳେ ଏପରି ଘଟିଥିଲା। ଏହା ପରେ ମନ୍ତ୍ରୀ କାଳେ ଚାକିରି ନେଇଯିବେ ଡରରେ ତୁରନ୍ତ ପୁଲିସ୍‌ ବାବୁ ମନ୍ତ୍ରୀଙ୍କ ଗୋଡ଼ ଧରି ପକାଇଥିଲେ।



from Odisha Reporter
ଗାଡ଼ିକୁ ଗାଡ଼ି ଛୁଇଁଦେଲା ବୋଲି ମନ୍ତ୍ରୀଙ୍କ ପାଦ ଛୁଇଁଲେ ପୁଲିସ୍‌ କର୍ମଚାରୀ ଗାଡ଼ିକୁ ଗାଡ଼ି ଛୁଇଁଦେଲା ବୋଲି ମନ୍ତ୍ରୀଙ୍କ ପାଦ ଛୁଇଁଲେ ପୁଲିସ୍‌ କର୍ମଚାରୀ Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.