ବଲିଉଡର ୧୦ଜଣ ନବ-ବିବାହିତା ଅଭିନେତ୍ରୀ ମନାଇବେ ଏହି ବର୍ଷ ପ୍ରଥମ କରଓ୍ବାଚୈାଥ

ମୁମ୍ବାଇ ୨୭/୧୦: ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପ୍ରତ୍ୟେକ ମହିଳା କରଓ୍ବାଚୈାଥ ବ୍ରତ ରଖିଥାନ୍ତି। କରଓ୍ବାଚୈାଥ ପାଳନ କରିବାରେ ଅଭିନେତ୍ରୀମାନେ ମଧ୍ୟ ସାମିଲ ଅଛନ୍ତି। ଆଉ କେତେକ ଏପରି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏବର୍ଷ ପ୍ରଥମ ଥର କରଓ୍ବାଚୈାଥ ପାଳିବେ। ଆଜି ଆମେ ଆପଣଙ୍କୁ ଏପରି ୧୦ଜଣ ଅଭିନେତ୍ରୀଙ୍କ ବିଷୟରେ ଜାଣିବା

୧.ଭାରତୀ ସିଂହ –ହର୍ଷ ଲିମ୍ବାଚିଆ

କମେଡ଼ିଆନ୍ ଭାରତୀ ସିଂହ ଏବଂ ଲେଖକ ହର୍ଷ ଲିମ୍ବାଚିଆ ୨୦୧୭ ଡିସେମ୍ବର ୩ତାରିଖରେ ଗୋଆରେ ବିବାହ କରିଥିଲେ। ଏହି ଦୁଇ ଯୋଡ଼ିଙ୍କ ବିବାହ ବେଶ୍ ଆଡ଼ମ୍ବରରେ ହୋଇଥିଲା। ୧ରୁ ୩ଡିସେମ୍ବର ପର୍ଯ୍ୟନ୍ତ ଭାରତୀ ଏବଂ ହର୍ଷଙ୍କ ରୀତିନୀତି ଏବଂ ପାର୍ଟି ଚାଲିଥିଲା। ଭାରତୀଙ୍କ ଏଥର ପ୍ରଥମ କରୱାଚୌଥ।

୨.ଅନୁଷ୍କା ଶର୍ମା-ବିରାଟ କୋହଲି

୨୦୧୭ଡିସେମ୍ବର ୧୧ରେ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କୁ ଇଟାଲିରେ ବିବାହ କରିଥିଲେ। ବିରାଟ ଏବଂ ଅନୁଷ୍କାଙ୍କ ପରିବାର ଏହି ବିବାହକୁ ଆଗରୁ ସମସ୍ତଙ୍କୁ ଲୁଚାଇ ରଖିଥିଲେ। ବିବାହ ପରେ ଦୁଇଜଣ ଟ୍ବିଟରରେ ବିଧିବଦ୍ଧଭାବେ ଘୋଷଣା କରିଥିଲେ। ଆଜି ପ୍ରଥମ ଥର ଅନୁଷ୍କା ବିରାଟଙ୍କ ପାଇଁ କରଓ୍ବାଚୈାଥ କରୁଛନ୍ତି।

୩.ସୋନମ କପୁର-ଆନନ୍ଦ ଆହୁଜା

୨୦୧୮ ମଇ ୭ତାରିଖରେ ସୋନମ କପୁର ଦିଲ୍ଲୀର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ଦୁଇଜଣଙ୍କ ବିବାହ ପଞ୍ଜାବୀ ରୀତିନୀତିରେ ହୋଇଥିଲା। ଏହା ସୋନମଙ୍କ ପ୍ରଥମ କରଓ୍ବାଚୈାଥ ହେବ। ସୋନମଙ୍କ ସ୍ବାମୀ ଶାହୀ ଏକ୍ସପୋର୍ଟର ମାଲିକ ହରୀଶ ଆହୁଜାଙ୍କ ନାତି। ଆନନ୍ଦ ଏହି କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର।

୪.ରୁବିନା ଦିଲାଏକ-ଅଭିନବ ଶୁକ୍ଳା

ଟେଲିଭିଜନ ଅଭିନେତ୍ରୀ ରୁବିନା ଦିଲାଏକ ୨୦୧୮ ଜୁନ୍ ୨୧ରେ ତାଙ୍କର ଦୀର୍ଘ ଦିନର ବୟଫ୍ରେଣ୍ଡ ଅଭିନବ ଶୁକ୍ଳାଙ୍କୁ ବିବାହ କରିଥିଲେ। ରୁବିନାଙ୍କ ଏହା ପ୍ରଥମ କରଓ୍ବାଚୈାଥ ହେବ। ଶିମଲାରେ ରହୁଥିବା ରୁବିନା ଛୋଟି ବହୂ,ଶାଶ୍‌ ବିନା ଶଶୁରାଲ,ଜିନି ଔର ଜୁଜୁ, ଦେବୋ କି ଦେବ ମହାଦେବ, ପୁର୍ନବିବାହ , ଶକ୍ତି ଇତ୍ୟାଦି ଧାରାବାହିକରେ ଅଭିନୟ କରିଛନ୍ତି।

୫.ସୋନିଆ କପୁର-ହିମେଶ ରେଶମିଆ

ବଲିଉଡ ଗାୟକ ହିମେଶ ରେଶମିଆ ୨୦୧୮ ମଇ ୧୧ରେ ଟେଲିଭିଜନ ଅଭିନେତ୍ରୀ ସୋନିଆ କପୁରଙ୍କୁ ବିବାହ କରିଥିଲେ। ହିମେଶ ନିଜର ଲୋଖଣ୍ଡଓ୍ବାଲା ସ୍ଥିତ ଆପାର୍ଟମେଣ୍ଟର ଛାତ ଉପରେ ଗୁଜରାଟୀ ରୀତିନୀତିରେ ବିବାହ କରିଥିଲେ। ଏହି ବର୍ଷ ପ୍ରଥମ ଥର ସୋନିଆ ହିମେଶଙ୍କ ପାଇଁ କରଓ୍ବାଚୈାଥ ରଖିଛନ୍ତି।

୬.ନେହା-ଅଙ୍ଗଦ

ନେହା ଧୁପିଆ ତାଙ୍କ ବୟଫ୍ରେଣ୍ଡ ଅଭିନେତା ଅଙ୍ଗଦ ବେଦୀଙ୍କୁ ୨୦୧୮ମଇ ୧୦ତାରିଖରେ ବିବାହ କରିଥିଲେ। ଦୁଇଜଣ ଦିଲ୍ଲୀର ଏକ ଗୁରୁଦ୍ବାରରେ ଲୁଚିଛପି ବିବାହ କରିଥିଲେ। ଏହା ତାଙ୍କର ପ୍ରଥମ କରଓ୍ବାଚୈାଥ । କିନ୍ତୁ ବର୍ତ୍ତମାନ ସେ ଗର୍ଭବତୀ ଥିବାରୁ କରଓ୍ବାଚୈାଥ ନକରିପାରନ୍ତି।

୭.ଆସ୍କା ଗୋରାଡ଼ିଆ-ବ୍ରେଣ୍ଟ ଗ୍ଲୋବ

ଟେଲିଭିଜନ ଅଭିନେତ୍ରୀ ଆସ୍କା ଗୋରାଡିଆ ତାଙ୍କ ବିଦେଶୀ ବୟଫ୍ରେଣ୍ଡ ବ୍ରେଣ୍ଟ ଗ୍ଲୋବଙ୍କୁ ୨୦୧୭ଡିସେମ୍ବର ୩ରେ ବିବାହ କରିଥିଲେ। ଏହା ପୂର୍ବରୁ ସେମାନେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ। ଆସ୍କା ୨୦୧୬ରୁ ବ୍ରେଣ୍ଟଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ। ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ ମଧ୍ୟ ଏଥର ଆସ୍କା ପ୍ରଥମ ଥର କରଓ୍ବାଚୈାଥ ବ୍ରତ ରଖିବେ । ଆସ୍କା କ୍ୟୁଁ କି ଶାଶ ଭି କଭି ବହୁ ଥି, ବିରୁଦ୍ଧ, କହିଁ ତୋ ହୋଗା, କୁସୁମ, ମେରେ ଅପନେ, ଲାଗି ତୁଝସେ ଲଗନ, ସାତ ଫେରେ ସିରିଆଲରେ ଅଭିନୟ କରିଛନ୍ତି।

୮.ୟୁବିକା ଚୈାଧରୀ-ପ୍ରିନ୍ସ ନରୁଲା

ୟୁବିକା ଚୈାଧୁରୀ ଏବଂ ପ୍ରିନ୍ସ ନରୁଲା ଅକ୍ଟୋବର ୧୨ତାରିଖରେ ବିବାହ କରିଥିଲେ। ଅକ୍ଟୋବର ୨୧ତାରିଖରେ ଚଣ୍ଡିଗଡ଼ରେ ରିସେପସନ ଦେବା ପରେ ବର୍ତ୍ତମାନ ମାଳଦ୍ବୀପରେ ହନିମୁନ କରୁଛନ୍ତି। ବିବାହ ପରେ ଏହା ତାଙ୍କର ପ୍ରଥମ କରଓ୍ବାଚୈାଥ ହେବ।

୯.ପଙ୍ଖୁଡ଼ି ଅବସ୍ଥି –ଗୈାତମ ରୋଡ଼େ

ଟିଭି ଅଭିନେତା ଗୈାତମ ରୋଡ଼େ ତାଙ୍କର ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ପଙ୍ଖୁଡ଼ି ଅବସ୍ଥିଙ୍କୁ ୨୦୧୮ଫେବୃୟାରୀ ୬ତାରିଖରେ ବିବାହ କରିଥିଲେ। ପଙ୍ଖୁଡ଼ି ଏବଂ ଗୈାତମଙ୍କ ପ୍ରଥମ ସାକ୍ଷାତ ସୋନି ଟିଭିର ଧାରାବାହିକ ସୂର୍ଯ୍ୟପୁତ୍ର କର୍ଣ୍ଣ ର ସୁଟିଂ ସେଟରେ ହୋଇଥିଲା। ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଯାଇଥିଲା ଏବଂ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଗୈାତମଙ୍କଠୁ ୧୪ବର୍ଷ ସାନ ପଙ୍ଖୁଡ଼ି ଏଥର ତାଙ୍କ ପାଇଁ କରଓ୍ବାଚୈାଥ ରଖିବେ।

୧୦.ଏକତା କୈାଲ-ସୁମିତ ବ୍ୟାସ

ଫିଲ୍ମ ବୀରେ ଦି ଓ୍ବେଡିଙ୍ଗରେ କରୀନା କପୁରଙ୍କ ପ୍ରେମିକ ଭୂମିକାରେ ଅଭିନୟ କରିଥିବା ସୁମିତ ବ୍ୟାସ ଏକତା କୈାଲଙ୍କୁ ସେପ୍ଟେମ୍ବର ୧୫ରେ ବିବାହ କରିଥିଲେ। ବିବାହର ସମସ୍ତ ରୀତିନୀତି ଜମ୍ମୁରେ ହୋଇଥିଲା କାରଣ ଏକତାଙ୍କର ଘର ଜମ୍ମୁରେ । ସୁମିତ ଏବଂ ଏକତାଙ୍କ ବୟସ ବ୍ୟବଧାନ ପାଖାପାଖି ୭ବର୍ଷ। ସୁମିତଙ୍କୁ ୩୪ବର୍ଷ ହୋଇଥିବାବେଳେ ଏକତାଙ୍କୁ ୨୭ବର୍ଷ। ପ୍ରଥମ ଥର ପାଇଁ ଏକତା କରଓ୍ବାଚୈାଥ ରଖିଛନ୍ତି।

 

 



from News7 https://ift.tt/2CJhKus
ବଲିଉଡର ୧୦ଜଣ ନବ-ବିବାହିତା ଅଭିନେତ୍ରୀ ମନାଇବେ ଏହି ବର୍ଷ ପ୍ରଥମ କରଓ୍ବାଚୈାଥ ବଲିଉଡର ୧୦ଜଣ ନବ-ବିବାହିତା ଅଭିନେତ୍ରୀ ମନାଇବେ ଏହି ବର୍ଷ ପ୍ରଥମ କରଓ୍ବାଚୈାଥ Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.