
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶରୀରରେ ସବୁଠାରୁ ସୂକ୍ଷ୍ମ ଓ ସମ୍ୱେଦନଶୀଳ ଅଙ୍ଗ ହେଉଛି ଆଖି। ଏଥିରେ ସାମାନ୍ୟ ଧୂଳି ରହିଗଲେ ମଧ୍ୟ ଆମେ କଷ୍ଟ ଅନୁଭବ କରିଥାଉ। ସେଥିପାଇଁ ଅନ୍ୟ ଅଙ୍ଗଠାରୁ ଆମେ ଆଖିକୁ ଅଧିକ ଯତ୍ନର ସହିତ ରଖିଥାଉ।
ଥରେ ଚିନ୍ତା କରନ୍ତୁ ତ, ଯଦି ଆପଣଙ୍କ ଆଖିରୁ ପୋକ ବାହାରିବ, ତେବେ ଆପଣଙ୍କ ଆଖିର ଅବସ୍ଥା କ’ଣ ହେବ?
ଆପଣ ପଢ଼ୁଥିବା ଖବରଟି ସତ। ଏପରି ଏକ ଘଟଣା ଚାଇନାରେ ଦେଖିବାକୁ ମିଳିଛି। ଏକ ୫ମାସର ଶିଶୁର ଆଖିରୁ ୧୧ଟି ପୋକ ବାହାରିଛି।
ଘଟଣାଟି ଏପରି: ଚାଇନାର ଡଙ୍ଗ୍ ଡଙ୍ଗ୍ ନାମକ ୫ ମାସର ଶିଶୁ ଆଖିରେ କଷ୍ଟ ଅନୁଭବ କରୁଥିଲା। ଶିଶୁଟି କଥା କହିବାରେ ଅସମର୍ଥ ହୋଇଥିବାରୁ ଆଖିରେ କଷ୍ଟ ଅନୁଭବ କରୁଛି ବୋଲି ତା’ର ମା’ ଜାଣିବାକୁ ପାଇଥିଲେ।
ଏହା ପରେ ଦିନେ ସେ ଶିଶୁଟିର ଆଖିକୁ ଦେଖିବା ପରେ ପୋକ ସାଲୁବାଲୁ ହେଉଥିବାର ଦେଖିଥିଲେ। ଏତେ ଛୋଟ ଶିଶୁର ଆଖିରେ ଏତେ ସାରା ପୋକ ଦେଖି ତାର ମା’ ଆଶ୍ଚର୍ଯ୍ୟ ହୋଇ ଶିଶୁଟିକୁ ହସ୍ପିଟାଲ ନେଇଯାଇଥିଲେ।
ସମସ୍ତ ପରୀକ୍ଷା ପରେ ଡାକ୍ତର ଶିଶୁଟିର ଆଖିରେ ନେମାଟୋଡ୍ ଇନ୍ଫେକ୍ସନ୍ (nematode infection)ହୋଇଥିବା ଜାଣିବାକୁ ପାଇଥିଲେ।
ଏହି ପ୍ରକାର ଇନ୍ଫେକ୍ସନ୍ ଜୀବାଣୁ ସାଧାରଣତଃ ପଶୁମାନଙ୍କଠାରେ ଦେଖାଯାଇଥାଏ।
ପଡ଼ୋଶୀ ଘରେ ରହୁଥିବା କୁକୁରଠାରୁ ଶିଶୁଟିକୁ ଏହି ଇନ୍ଫେକ୍ସନ୍ ବ୍ୟାପିଥିବା ଜଣାପଡ଼ିଥିଲା। ଜୀବାଣୁଗୁଡ଼ିକ ଶିଶୁଟିର ଆଖିଡ଼ୋଳା ପାଖରେ ଛନ୍ଦି ହୋଇ ରହିଥିଲା। ଡଙ୍ଗ୍ ଡଙ୍ଗ୍ ଆଖିରୁ ଏହି ଜୀବାଣୁ କାଢ଼ିବା ପାଇଁ ଡାକ୍ତରଙ୍କୁ ୨୧ ମିନିଟ୍ ସମୟ ଲାଗିଥିଲା। ଡଙ୍ଗ୍ ଡଙ୍ଗ୍ ଆଖିରୁ ୧୧ଟି ଜୀବାଣୁ କଢ଼ାଯିବା ପରେ ବର୍ତ୍ତମାନ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏ ନେଇ ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି।
କ’ଣ ଏହି ପୋକ- ନେମାଟୋଡ୍ ଇନ୍ଫେକ୍ସନ୍ (nematode infection)୧୯୧୦ ମସିହାରେ ଚାଇନା ପ୍ରଥମେ କୁକୁରଙ୍କ ଆଖିରେ ଦେଖାଯାଇଥିଲା। Thelazia callipaeda species ରୁ ଏହି ଜୀବାଣୁ ବ୍ୟାପିଥାନ୍ତି। ୟୁରୋପ ଏବଂ ଏସିଆରେ ମଧ୍ୟ ଏହି ଜୀବାଣୁ ଦେଖିବାକୁ ମିଳିଥାନ୍ତି। ଏହି ଜୀବାଣୁ କୁକୁର, ବିଲେଇ ଏବଂ ମଣିଷଙ୍କ ଆଖିରେ ନିଜର ବଂଶ ବିସ୍ତାର କରିଥାନ୍ତି।
from Odisha Reporter
Reviewed by SUBHENDU BARAL
on
October 23, 2018
Rating:
No comments: