ଦହି ପାଣି ପିଇଲେ ମିଳେ ଏହି ସବୁ ଲାଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପର୍ବପର୍ବାଣୀରେ ଆପଣଙ୍କ ଘରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ହୋଇଥାଏ। ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଏହି ସବୁ ଖାଦ୍ୟଠାରୁ ନିଜକୁ ଦୂରେଇ ରଖିପାରନ୍ତି ନାହିଁ। ଏହି ସବୁ ଦିନଗୁଡିକରେ ମିଠାଜାତୀୟ ଜିନିଷ ଓ ଥଣ୍ଡା ପାନୀୟଠାରୁ ନିଜକୁ ଦୂରେଇ ରଖିବା ଏକ ରକମର କାଠିକର ପାଠ ହୋଇପଡ଼େ। କିନ୍ତୁ ପରଦିନ ଏହାର ପରିଣତି ଭୋଗିବାକୁ ପଡେ।
ଏହି ସବୁ ଖାଦ୍ୟ ଖାଇବା ପରେ ଆପଣଙ୍କ ପେଟରେ ସମସ୍ୟା ଏବଂ ଓଜନ ବଢ଼ିବାର ସମସ୍ୟା ଦେଖାଯାଇଥାଏ। ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ। ଦହି ପାଣିରେ ଆପଣ ଏହି ସମସ୍ୟାର ସମାଧାନ କରପାରିବ।

ଦହି ପାଣିକୁ ଆପଣ ବୋତଲରେ ଭରି ଫ୍ରିଜରେ ରଖି ପର୍ବପର୍ବାଣୀ ଏବଂ ଅନ୍ୟ ଦିନମାନଙ୍କରେ ପିଇପାରିବେ। ଦହିରେ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଆପଣଙ୍କ ଶରୀରରୁ ସୁସ୍ଥ ରଖିଥାଏ।

  • – ଏଥିରେ ଥିବା ଲାକ୍ଟିକ୍‌ ଏସିଡ୍‌ ଡାଇରିଆ ସମସ୍ୟାକୁ ଭଲ କରିଥାଏ।
  • ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ରହିଥିବାରୁ ଆପଣଙ୍କୁ ଭୋକ କମ୍‌ ଲାଗିଥାଏ, ଯାହାଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରିତ ରୁହେ।
  • ଦହିରେ ଥିବା ଇଲେକ୍ଟ୍ରୋଲାଇଟସ୍‌ ଆପଣଙ୍କ ଶରୀରରେ ଜଳୀୟଅଂଶର ମାତ୍ରାକୁ ଠିକ୍‌ ରଖିଥାଏ। ଏଥିପାଇଁ ଥଣ୍ଡାପାନୀୟ ବଦଳରେ ଦହିରେ ଗୋଲମରିଚ ମିଶାଇ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପାଚନକ୍ରିୟା ମଧ୍ୟ ଠିକ୍‌ ରହିଥାଏ।
  • ପର୍ବପର୍ବାଣୀରେ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ପରେ ଦହି ପାଣି ପିଇପାରିବେ। ଏହା ଆପଣଙ୍କ ପେଟରେ ତେଲ ଜିନିଷକୁ ପଚାଇ ହଜମ କରିବାରେ ସାହାଯ୍ୟ କରିଥାଏ।

 



from Odisha Reporter
ଦହି ପାଣି ପିଇଲେ ମିଳେ ଏହି ସବୁ ଲାଭ ଦହି ପାଣି ପିଇଲେ ମିଳେ ଏହି ସବୁ ଲାଭ Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.