ଡିସେମ୍ବର ୧୨ରେ କପିଲ୍‌ ଶର୍ମାଙ୍କ ବାହାଘର

ମୁମ୍ବାଇ: ଇଣ୍ଡିଆନ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ଇଣ୍ଡଷ୍ଟ୍ରୀରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି। ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଓ ଅଭିନେତା ରଣବୀର ସିଂହ ଆସନ୍ତା ନଭେମ୍ବର ୧୪ ଓ ୧୫ରେ ବିବାହ କରିବାକୁ ଯାଉଛନ୍ତି। ଏହା ପରେ ବଡ଼ ଓ ଛୋଟ ପରଦାର ‘କମେଡ଼ି କିଙ୍ଗ୍‌’ କପିଲ୍‌ ଶର୍ମାଙ୍କ ବିବାହ ତାରିଖ ଚୂଡ଼ାନ୍ତ ହୋଇଥିବା ଖବର ଆସିଛି।

କପିଲ୍‌ ତାଙ୍କ ଗର୍ଲପ୍ରେଣ୍ଡ୍‌ ଗିନି ଚତ୍‌ରଥ୍‌ଙ୍କୁ ଡିସେମ୍ବରରେ ବିବାହ  କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଏବେ ବିବାହ ତାରିଖ ଧାର୍ଯ୍ୟ ହୋଇଛି। ଆସନ୍ତା ଡିସେମ୍ବର ୧୨ ତାରିଖରେ ଜଳନ୍ଧରରେ ଏହି ବିବାହ ହେବ ବୋଲି ନିଜେ କପିଲ୍‌ ସ୍ପଷ୍ଟ କରିଛନ୍ତି।

ଜଳନ୍ଧର ହେଉଛି କପିଲ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଗିନିଙ୍କ ଜନ୍ମ ସହର। କପିଲ୍‌ କହିଛନ୍ତି ଯେ ଉଭୟ ସେ ଓ ଗିନି ଏହି ବିବାହ ଉତ୍ସବକୁ ନିରାଡ଼ମ୍ବର ଓ ସାଧାରଣ ଭାବେ କରିବାକୁ ଚାହୁଁଥିଲେ। କିନ୍ତୁ ଯେହେତୁ ଗିନି ପରିବାରର ଏକମାତ୍ର ଝିଅ, ତେଣୁ ଏହି ବିବାହ ଉତ୍ସବକୁ ଧୂମ୍‌ଧାମ୍‌ର ସହ କରିବାକୁ ତାଙ୍କ ପରିବାର ଲୋକେ ଚାହୁଁଛନ୍ତି।  ସେହିପରି କପିଲ୍‌ଙ୍କ ମା’ ମଧ୍ୟ ଏହି ବାହାଘର ଖୁବ୍‌ ଜାକଜମକରେ ହେବା ପାଇଁ ଆଗ୍ରହୀ ବୋଲି ‘କମେଡ଼ି କିଙ୍ଗ୍‌’ କହିଛନ୍ତି।



from Odisha Reporter
ଡିସେମ୍ବର ୧୨ରେ କପିଲ୍‌ ଶର୍ମାଙ୍କ ବାହାଘର ଡିସେମ୍ବର ୧୨ରେ କପିଲ୍‌ ଶର୍ମାଙ୍କ ବାହାଘର Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.