Results for ନିଉଜ7

ଋଷକୁ ବଡ ଝଟକା, ପୁଟିନ ସେନାର ୨ ବରିଷ୍ଠ ଜେନେରାଲଙ୍କୁ ନିପାତ କଲା ୟୁକ୍ରେନ୍

June 09, 2022

ମସ୍କୋ,୦୭/୦୬: ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌କୁ ବ୍ୟାପକ କ୍ଷତି ପହଞ୍ଚିବାରେ ଲାଗିଛି । ୩୦,୦୦୦ରୁ ଅଧିକ ସୈନ୍ୟ ପ୍ରାଣ ହରାଇଥିବା ବେଳେ ବିପୁଳ ମାତ୍ରାର ଯୁଦ୍ଧାସ୍ତ୍ର ନଷ୍ଟ ହୋଇସାରିଲାଣି । ଏମିତି କି ଅନେକ ଜେନେରାଲ ବି ପ୍ରାଣ ହରାଇଲେଣି । ପୂର୍ବ ୟୁକ୍ରେନ୍‌ରେ ଯୁଦ୍ଧ ବେଳେ ରୁଷ୍‌ ଗୋଟିଏ ଦିନରେ ଦୁଇ ଜଣ ବରିଷ୍ଠ ଜେନେରାଲଙ୍କୁ ହରାଇଥିବା ଜଣାପଡ଼ିଛି । ସେମାନେ ହେଲେ ମେଜର ଜେନେରାଲ ରୋମାନ କୁତୁଜୋଭ ଓ ଲେଫ୍ଟନାଣ୍ଟ ଜେନେରାଲ ରୋମାନ୍‌ ବର୍ଡନିକୋଭ । ରୁଷ ସେନାକୁ ଏହାଦ୍ୱାରା ବଡ଼ ଝଟ୍‌କା ଲାଗିଛି ।

ସୂଚନା ମୁତାବକ ପୂର୍ବ ୟୁକ୍ରେନ୍‌ରେ ରୁଷ ସେନା ଆଗକୁ ବଢ଼ୁଥିବା ବେଳେ ବାଟରେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି । କିଛିଦିନ ତଳେ ଏହାର ସୈନ୍ୟମାନେ ଡୋନେଟ୍‌ସ ନଦୀ ପାର୍‌ ହେବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ୟୁକ୍ରେନ୍‌ ସେନା ତାହାକୁ ଜାଣିନେଇଥିଲା । ଫଳରେ ସେଠାରେ ଆମ୍ବୁସ ବିଛାଇଥିଲା । ଶତ୍ରୁପକ୍ଷ ସୈନ୍ୟମାନେ ନଦୀର ସେତୁ ପାର୍‌ ହେଉଥିବା ବେଳେ ୟୁକ୍ରେନ୍‌ ଅଚାନକ ଆକ୍ରମଣ କରିଥିଲା । ଫଳରେ ଅନେକ ସୈନ୍ୟ ପ୍ରାଣ ହରାଇଥିଲେ । ୟୁକ୍ରେନ୍‌ ସେନାର ‘ବ୍ରିଜ୍‌ ଆମ୍ବୁଶ’ରେ ଫସିବାରୁ ବ୍ୟାପକ କ୍ଷତିର ସାମ୍ନା କରିବାକୁ ପଡ଼ିଥିଲା ରୁଷ୍‌କୁ । ଏଥିରେ ଗୋଟିଏ ଦିନରେ ଦୁଇଜଣ ବରିଷ୍ଠ ରୁଷୀୟ ଜେନେରାଲ ପ୍ରାଣ ହରାଇଥିଲେ ।

କୁହାଯାଉଛି ଯେ, ଆମେରିକୀୟ ପ୍ରଯୁକ୍ତି ସହାୟତାରେ ୟୁକ୍ରେନ୍‌ ସେନା ରୁଷୀୟ ସେନାର ଗତିବିଧି ଠଉରାଇ ପାରି ଜାଲ ବିଛାଇଥିଲା ।
ମେଜର ଜେନେରାଲ ରୋମାନ୍‌ କୁତୁଜୋଭ ପ୍ରାଣ ହରାଇଥିବା ଖବରକୁ ରୁଷ ସ୍ପଷ୍ଟ କରିଛି । ସୋମବାର ପ୍ରକାଶିତ ନୂଆ ରିପୋର୍ଟ ମୁତାବକ ସେହିଦିନ ଲେଫ୍ଟନାଣ୍ଟ ଜେନେରାଲ ରୋମ୍‌ ବର୍ଡନିକୋଭ (୪୭) ମଧ୍ୟ ପ୍ରାଣ ହରାଇଥିଲେ । ମାସେ ତଳେ ବର୍ଡନିକୋଭଙ୍କୁ ସିରିୟାରେ ସଶସ୍ତ୍ର ଟାସ୍କଫୋର୍ସ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଏହାପରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ନିର୍ଦ୍ଦେଶରେ ସେ ୟୁକ୍ରେନ୍‌ ଆସି ରୁଷ୍‌ର ଏକ ସେନା ଗ୍ରୁପ୍‌ର କମାଣ ସମ୍ଭାଳିଥିଲେ । ତାଙ୍କୁ ମିଶାଇ ୟୁକ୍ରେନ୍‌ ଯୁଦ୍ଧରେ ରୁଷ ଏହାର ୧୨ତମ ଜେନେରାଲ ହରାଇଛି । ଲେଫ୍ଟନାଣ୍ଟ ଜେନେରାଲ ବର୍ଡିନକୋଭ ଡୋନେସ୍କସ୍ଥିତ ଡିପିଆର୍‌ ୟୁନିଟ୍‌ର ପରିଚାଳନା ଦାୟିତ୍ୱ ନେଇଥିଲେ । ଏକ ସେତୁ ଉପରେ ତାଙ୍କ ଯୁଦ୍ଧ ଗାଡ଼ିଗୁଡ଼ିକ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା ।



from Prameya News7 https://ift.tt/7QGphMz
ଋଷକୁ ବଡ ଝଟକା, ପୁଟିନ ସେନାର ୨ ବରିଷ୍ଠ ଜେନେରାଲଙ୍କୁ ନିପାତ କଲା ୟୁକ୍ରେନ୍ ଋଷକୁ ବଡ ଝଟକା, ପୁଟିନ ସେନାର ୨ ବରିଷ୍ଠ ଜେନେରାଲଙ୍କୁ ନିପାତ କଲା ୟୁକ୍ରେନ୍ Reviewed by SUBHENDU BARAL on June 09, 2022 Rating: 5

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍, ଜେସିବି ସାହାଯ୍ୟରେ ଉଦ୍ଧାର ହେଲେ ଚାପିହୋଇ ରହିଥିବା ୨ ଜଣ

June 09, 2022

ଭଦ୍ରକ ୭।୬: ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ଟ୍ରକ । ପଛ ଟ୍ରକର ଦୁଇ କର୍ମଚାରୀ ଚାପିହୋଇ ରହିଥିବା ବେଳେ ଜେସିବି ସାହାଯ୍ୟରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ସମ୍ମୁଖରେ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ଠିଆ ହୋଇଥିବା ବେଳେ ଭୁବନେଶ୍ବର ପଟୁ ଆସୁଥିବା ଅନ୍ୟ ଏକ ମାଲବାହୀ ଟ୍ରକ୍ ପଛରୁ ଧକ୍କା ଦେଇଥିଲା । ପଛ ଗାଡିର ଦୁଇ କର୍ମଚାରୀ ଟ୍ରକ୍‌ରେ ଚାପି ହୋଇ ରହିଥିଲେ । ତେବେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି । ଜେସିବି ସାହାଯ୍ୟରେ ଟ୍ରକକୁ ଟାଣିବା ପରେ ଦୁଇ ଜଣଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି ।



from Prameya News7 https://ift.tt/T5Or8xt
ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍, ଜେସିବି ସାହାଯ୍ୟରେ ଉଦ୍ଧାର ହେଲେ ଚାପିହୋଇ ରହିଥିବା ୨ ଜଣ ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍, ଜେସିବି ସାହାଯ୍ୟରେ ଉଦ୍ଧାର ହେଲେ ଚାପିହୋଇ ରହିଥିବା ୨ ଜଣ Reviewed by SUBHENDU BARAL on June 09, 2022 Rating: 5

ଫର୍ଣ୍ଣିଚର ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

June 09, 2022

ପାଟଣାଗଡ ୭।୬: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ମୁଖ୍ୟ ରାସ୍ତାରେ ଥିବା ମାଧବୀ ଟ୍ରେଡର୍ସ (ଫର୍ଣ୍ଣିଚର) ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଗତ ସୋମବାର ମଧ୍ୟ ରାତିରେ ପରିବାର ଲୋକେ ଶୋଇଥିବା ସମୟରେ ହଠାତ ନିଆଁ ଲାଗିବା ଫଳରେ ସମ୍ପୃକ୍ତ ଫର୍ଣ୍ଣିଚର ଦୋକାନରେ ଥିବା ସମସ୍ତ ଜିନିଷପତ୍ର ନିଆଁରେ ଜଳିଯାଇଥିଲା ।

ଖବର ପାଇ ପାଟଣାଗଡ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ପ୍ରକୋପ ଏତେ ଭୟାନକ ଥିଲା ଯେ ଆଖପାଖ ଘରେ ନିଆଁ ଲାଗିବାର ଭୟର ହିଥିଲା । ଉକ୍ତ ଫର୍ଣ୍ଣିଚର ଦୋକାନରେ ଥିବା ସମସ୍ତ ପ୍ରକାର ଜିନିଷପତ୍ର ସମ୍ପୂର୍ଣ୍ଣ ପୋଡିନଷ୍ଟ ହୋଇଯାଇଥିଲା । ପ୍ରାୟ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି । ନିଆଁ ଭୟରେ ଆଖପାଖରେ ଥିବା ଦୋକାନଗୁଡିକ ଖାଲି କରିଦେଇଥିଲେ । ଦମକଳ ବାହିନୀର କର୍ମଚାରୀ ପହଞ୍ଚି ନିକଟରେ ଥିବା ପୋଖରୀରୁ ପାଣି ଆଣି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।



from Prameya News7 https://ift.tt/je69Tat
ଫର୍ଣ୍ଣିଚର ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ଫର୍ଣ୍ଣିଚର ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ Reviewed by SUBHENDU BARAL on June 09, 2022 Rating: 5

ବିକିନି ପିନ୍ଧି ବୋଲ୍ଡ ଫଟୋସୁଟ୍‌ କରାଇଲେ ସାମନ୍ଥା, ଫଟୋ ଦେଖି ଅନୁଷ୍କା ଦେଲେ ଏପରି ରିଆକ୍ସନ…

June 09, 2022

ନୂଆଦିଲ୍ଲୀ ୦୭।୦୬ :ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଯେତିକି ସୁନ୍ଦର ସେତିକି ଦକ୍ଷ । ଅନ୍ୟ ଅଭିନେତ୍ରୀ ମଧ୍ୟରୁ ସେ ଇଣ୍ଡଷ୍ଟ୍ରିରେ ପ୍ରମୁଖ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ନିକଟରେ ସାମନ୍ଥା ବଲିଉଡ୍‌ରେ ପାଦ ଦେଇଛନ୍ତି। ବର୍ତ୍ତମାନ ତାଙ୍କର କୌଣସି ପରିଚୟର ଆବଶ୍ୟକ ନାହିଁ । ପୁଷ୍ପାରେ ଆଇଟମ୍ ଗୀତ ପରେ ସାମନ୍ଥା ସବୁଆଡେ ଚର୍ଚ୍ଚାକୁ ଆସିଥିଲେ। ହେଲେ ଏବେ ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।  ପ୍ରତ୍ୟେକ ଥର ଭଳି ଏଭଳି ଏକ ଲୁକ୍‌ରେ ନଜର ଆସିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି।

କଳା-ହଳଦିଆ ପ୍ୟାଣ୍ଟ ସହିତ ଏକ କଳା ବିକିନି ଟପ୍ ପିନ୍ଧିଥିବାବେଳେ ନ୍ୟୁଡ୍‌ ମେକଅପ୍ ବ୍ରୋଞ୍ଜ ନେଇଛନ୍ତି। ଏବଂ ଗୋଲାପୀ ରଙ୍ଗର ଲିପଷ୍ଟିକ୍ ଲଗାଇବା ସହ ତାଙ୍କର ଟୋଣ୍ଡ ଫିଗର୍ ପ୍ଲାଣ୍ଟ କରୁଛନ୍ତି। ସାମନ୍ଥାଙ୍କ ଏହି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ତାଙ୍କର ଏହି ବୋଲ୍ଡ ଲୁକ୍‌ ଚାରଚାନ୍ଦ ଲଗାଇଛି। ପୋଷ୍ଟରେ ଷ୍ଟାରମାନେ ଖୁବ୍ ପ୍ରଶଂସା କରି କମେଣ୍ଟ ଦେଉଛନ୍ତି।ଏହି ସମୟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଲେଖିଛନ୍ତି, 'ହଟ୍ଟି' ଏହା ପରେ ସେ ନିଆଁର ଏକ ଇମୋଜି ଦେଇଥିଲେ।

କହିବାକୁ ଗଲେ ସାମନ୍ଥାଙ୍କ ହାତରେ ଆଗକୁ ବହୁତ ପ୍ରୋଜେକ୍ଟ ଅଛି। ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମର ଖୁସିରେ ନଜର ଆସିବେ। ଫିଲ୍ମଟି ୨୩ ଡିସେମ୍ବରରେ ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ରିଲିଜ୍‌ ହେବ।



from Prameya News7 https://ift.tt/R5EgmJ2
ବିକିନି ପିନ୍ଧି ବୋଲ୍ଡ ଫଟୋସୁଟ୍‌ କରାଇଲେ ସାମନ୍ଥା, ଫଟୋ ଦେଖି ଅନୁଷ୍କା ଦେଲେ ଏପରି ରିଆକ୍ସନ… ବିକିନି ପିନ୍ଧି ବୋଲ୍ଡ ଫଟୋସୁଟ୍‌ କରାଇଲେ ସାମନ୍ଥା, ଫଟୋ ଦେଖି ଅନୁଷ୍କା ଦେଲେ ଏପରି ରିଆକ୍ସନ… Reviewed by SUBHENDU BARAL on June 09, 2022 Rating: 5

ଧକ୍କା ଦେଲା ବାଇକ୍‌, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

June 09, 2022

ବିନିକା ୦୭।୦୬ : ସୋନପୁର ଜିଲ୍ଲା ବିନିକା ଥାନା ସୀଙ୍ଗିଯୁବା ଛକରେ ଦୁର୍ଘଟଣା । ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସୀଙ୍ଗିଯୁବା ଗାଁର ସୁଦର୍ଶନ ଭୋଇ ବୋଲି ଜଣାଯାଇଛି l

ଖବର ଅନୁଯାୟୀ, ସୁଦର୍ଶନ ଯାମପାଳି ଠାରେ ଥିବା କ୍ଷୀର ସୋସାଇଟିକୁ କ୍ଷୀର ଦେଇ ଫେରୁଥିବା ସମୟରେ ବିନିକା ପଟରୁ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକରେ ଥିବା ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି l ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ  ନିଆଯାଇଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି l



from Prameya News7 https://ift.tt/kPdafcQ
ଧକ୍କା ଦେଲା ବାଇକ୍‌, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ ଧକ୍କା ଦେଲା ବାଇକ୍‌, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ Reviewed by SUBHENDU BARAL on June 09, 2022 Rating: 5

ଚିତ୍ରକୋଣ୍ଡାରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଚେତାବନୀ

June 09, 2022

ଚିତ୍ରକୋଣ୍ଡା ୭।୬: ବହୁଦିନ ବ୍ୟବଧାନ ପରେ ଚିତ୍ରକୋଣ୍ଡା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର ।  ଚିତ୍ରକୋଣ୍ଡା ଅଞ୍ଚଳର ଟନେଲକ୍ୟାମ୍ପରୁ ଡାଇକ-୦୧ର ମୁଖ୍ୟ ରାସ୍ତାରେ ଲାଗିଛି ଲାଲ ବାହିନୀର ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର । ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟରରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଲେଖାଯାଇଥିବା ବେଳେ ମିତ୍ତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ୍ ଲାଇନ୍ କାମକୁ ମଧ୍ୟ ବିରୋଧ କରାଯାଇଛି ।

ପୋଲିସ ଗଞ୍ଜେଇ ଗଛ କାଟିବା ଓ ଚୋରା ଗଞ୍ଜେଇ ଚାଲାଣ ବନ୍ଦ କରିବା ନାମରେ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରୁଛି, ମିଥ୍ୟା ନକ୍ସଲ ଆଖ୍ୟା ଦେଇ ନିରୀହ ଆଦିବାସୀଙ୍କୁ ଦଣ୍ଡିତ କରିବା ବନ୍ଦ ନ କରାଗଲେ ପ୍ରଜାକୋର୍ଟରେ ଦଣ୍ଡିତ କରି ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରିଛି ଦଣ୍ଡକାରଣ୍ୟ ଲାଲ ବାହିନୀ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବରୁ ପୋଲିସ ଡିଜି ସୁନୀଲ କୁମାର ବଂଶଲ ମାଲକାନଗିରି ଜିଲ୍ଲାର ଯନ୍ତ୍ରୀ ପଞ୍ଚାୟତ ଗସ୍ତରେ ଆସି ମାଓ ମୁକାବିଲାର ସ୍ଥିତି ପରୀକ୍ଷା କରିବା ସହ ୫୦ଜଣ ମାଓ ସମର୍ଥକଙ୍କୁ ଆତ୍ମସମର୍ପଣ କରାଇଥିଲେ । ଡିଜି ଗସ୍ତର ଅଳ୍ପ କିଛି ଦିନ ପରେ ମାଓ ବ୍ୟାନର ଓ ପୋଷ୍ଟର ଲାଗିବା ଏବେ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟି ଯାଇଛି ।



from Prameya News7 https://ift.tt/jomtePi
ଚିତ୍ରକୋଣ୍ଡାରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଚେତାବନୀ ଚିତ୍ରକୋଣ୍ଡାରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଚେତାବନୀ Reviewed by SUBHENDU BARAL on June 09, 2022 Rating: 5

ବାରବାଟୀ ଟି-୨୦ ମ୍ୟାଚ୍‌ : ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ, ରାତିରୁ ଭିଡ ଜମାଇଛନ୍ତି କ୍ରିକେଟପ୍ରେମୀ

June 08, 2022

କଟକ ୦୯।୦୬: ଭାରତ-ଦକ୍ଷିଣ ଆଫ୍ରିକା ହାଇ ଭୋଲଟେଜ ମ୍ୟାଚ ପାଇଁ ପ୍ରସ୍ତୁତ ବାରବାଟୀ । ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ୍ । ସ୍ଥାୟୀ ନିର୍ମିତ କାଉଣ୍ଟର ସହ ଚଳିତ ଥର ଅଫଲାଇନ ଟିକେଟ ବିକ୍ରି ପାଇଁ ୩ଟି ନୂଆ କଣ୍ଟେନରରେ ମଧ୍ୟ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି। ଜଣେ ବ୍ୟକ୍ତି ଦୁଇଟି ଲେଖାଏଁ ଟିକେଟ କିଣି ପାରିବେ।

ତେବେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଦୁଇଟି କାଉଣ୍ଟର କରାଯାଇଛି । ସକାଳ ୯ଟାରୁ ଟିକେଟ ଶେଷ ହେବା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ। ଦର୍ଶକଙ୍କ ପାଇଁ କାଉଣ୍ଟରରେ ମୋଟ ୧୨,୦୯୩ ଟିକଟ ଉପଲବ୍ଧ ହେବ। ସେଥିରୁ ୧୩୬୨ ଦାମି ଟିକେଟ ଏବଂ ୧୦,୭୩୧ ଗ୍ୟାଲେରି ଟିକେଟ୍ ବିକ୍ରୟ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି । କର୍ପୋରେଟ ବକ୍ସର ଟିକେଟ ଏଥର କାଉଣ୍ଟରରେ ମିଳିବ ନାହିଁ ବୋଲି କୁହାଯାଉଛି।

ସେପଟେ ଅନ ଲାଇନ ବୁକ ହୋଇଥିବା ୫ ହଜାର ଟିକେଟ ମଧ୍ୟ ଗୁରୁବାରଠାରୁ ମିଳିବ। ଏଥିପାଇଁ କ୍ୟାମ୍ବ୍ରିଜ ସ୍କୁଲ ଓ ଖ୍ରୀଷ୍ଟ କଲିଜିଏଟ ସ୍କୁଲରେ ତିନୋଟି ଲେଖାଏଁ କାଉଣ୍ଟର କରାଯାଇଛି ।ଟିକଟ ବିକ୍ରିକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଓ ସିଏମ୍ ସି ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ହାତକୁ ନିଆଯାଇଛି। ପୋଲିସ୍ ପକ୍ଷରୁ କାଉଣ୍ଟର ଭିତର ଓ ବାହାର ସୁରକ୍ଷା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଅତିରିକ୍ତ ଡିସିପି ପାହ୍ୟାର ଜଣେ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ କ୍ଷମତା ପ୍ରଦାନ କରାଯାଇଛି। କାଉଣ୍ଟରରେ ସମସ୍ତ ଟିକଟ ବିକ୍ରି ତାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେବ। କାଉଣ୍ଟର ଭିତରେ ଓ ବାହାରେ ସିସି କ୍ୟାମେରା ଲଗାଯାଇଛି । ଗତରାତିରେ କାଉଣ୍ଟର ପାଖରେ ଦର୍ଶକମାନେ ଭିଡ଼ ଜମିଛି ।



from Prameya News7 https://ift.tt/MnHU65F
ବାରବାଟୀ ଟି-୨୦ ମ୍ୟାଚ୍‌ : ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ, ରାତିରୁ ଭିଡ ଜମାଇଛନ୍ତି କ୍ରିକେଟପ୍ରେମୀ ବାରବାଟୀ ଟି-୨୦ ମ୍ୟାଚ୍‌ : ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ, ରାତିରୁ ଭିଡ ଜମାଇଛନ୍ତି କ୍ରିକେଟପ୍ରେମୀ Reviewed by SUBHENDU BARAL on June 08, 2022 Rating: 5
Powered by Blogger.